30.1 C
Bhubaneswar
Sunday, May 19, 2024
Homeଓଡିଶାଆଜିଠାରୁ ୨ ଦିନ ଯାଏଁ ପ୍ରବଳ ବର୍ଷାରେ ଭିଜିବ ଅଧାରୁ ଅଧିକ ଓଡ଼ିଶା,  ୨୨ ଜିଲ୍ଲାକୁ...

ଆଜିଠାରୁ ୨ ଦିନ ଯାଏଁ ପ୍ରବଳ ବର୍ଷାରେ ଭିଜିବ ଅଧାରୁ ଅଧିକ ଓଡ଼ିଶା,  ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠାରୁ ୨ ଦିନ ଯାଏଁ ପ୍ରବଳ ବର୍ଷାରେ ଭିଜିବ ଅଧାରୁ ଅଧିକ ଓଡ଼ିଶା। କାରଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୧୨ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବିଶେଷ କରି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବାର ଥିବାରୁ ସେସବୁ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି। ତାମଧ୍ୟରୁ ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସେହି ୬ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଏବଂ ପୁରୀ।

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଓ ତା ପରଦିନ ବର୍ଷାର ପରିମାଣ ବଢିବ ବୋଲି କହିଛି ପାଣିପାଗ କେନ୍ଦ୍ର। ଏଥିସହ ଦକ୍ଷିଣ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ରହିପାରେ। ଅନ୍ୟ ୧୬ଟି ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର। ସୋମବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking