ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ବିଶେଷ କରି ପଶ୍ଚିମକୁ ଅଥୟ କରିଛି ଅସହ୍ୟ ଗରମ । ଆଜି ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ।
ଆଜି ତାପମାତ୍ରା ଝାରସୁଗୁଡ଼ାରେ ୪୩.୪ ରହିଥିବା ବେଳେ ତାଳଚେରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ୱଲପୁରରେ ୪୨.୯, ଭୁବନେଶ୍ୱରରେ ୪୨.୮, ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩, ବଲାଙ୍ଗିରରେ ୪୧.୭, କଟକରେ ୪୧.୬, ଚାନ୍ଦବାଲିରେ ୪୧.୬, ବରଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୪ , ଟିଟିଲାଗଡ଼ରେ ୪୧.୨, ବୌଦ୍ଧରେ ୪୧, କେନ୍ଦ୍ରାପଡ଼ାରେ ୪୧, ହୀରାକୁଦରେ ୪୦.୯, ବାରିପଦାରେ ୪୦.୬, ଭବାନୀପାଟଣାରେ ୪୦.୫, ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୨, ନୟାଗଡ଼ରେ ୪୦.୨ ଓ କେନ୍ଦୁଝରରେ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ପାରଳାଖେମୁଣ୍ଡିରେ ୩୯.୬, ଦେବଗଡ଼ରେ ୩୯.୪, ଫୁଲବାଣୀରେ ୩୯, ବ୍ରହ୍ମପୁରରେ ୩୯, ମାଲକାନଗିରିରେ ୩୮.୬, ବାଲେଶ୍ୱରରେ ୩୭.୬, ରାୟଗଡ଼ାରେ ୩୬.୬, ନବରଙ୍ଗପୁରରେ ୩୫.୮, କୋରାପୁଟରେ ୩୫.୪, ଛତ୍ରପୁରରେ ୩୫, ପୁରୀରେ ୩୫, ଦାରିଙ୍ଗବାଡ଼ିରେ ୩୪.୫, ପାରାଦୀପରେ ୩୪ ଓ ଗୋପାଳପୁରରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨୭ ତାରିଖରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢ଼ିବ । ଏହା ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।