34.1 C
Bhubaneswar
Thursday, April 25, 2024
Homeଓଡିଶାତିନିରଥର ଦଣ୍ଡା ଫ୍ରେମ ନିର୍ମାଣ ଶେଷ, ଗୁଜରେ ନୃସିଂହ ରୂପ ଖୋଦେଇ ଶେଷ

ତିନିରଥର ଦଣ୍ଡା ଫ୍ରେମ ନିର୍ମାଣ ଶେଷ, ଗୁଜରେ ନୃସିଂହ ରୂପ ଖୋଦେଇ ଶେଷ

ପୁରୀ: ଚଳଚଂଚଳ ଶ୍ରୀନଅର ସମୁଖ ରଥଖଳା । ଆଜି ରଥ ନିର୍ମାଣ କାର୍ଯ୍ୟର ୩୧ ତମ ଦିବସରେ ତିନିରଥର ମୋଟ ୧୯୬ ଜଣ ମହାରଣା, ଭୋଇ ସେବକ, କରତି ସେବକ, କମାର ସେବକ, ପାହି ମହାରଣା, ତୁମ୍ବ ବିନ୍ଧ କାରୀଗର, ରୂପକାର ସେବକ ଓ ରଥଖଳା ସହାୟକ (ପାଣିବାଲା) ନିଓଜିତ ରହିଥିଲେ । ତିନିରଥର ନିର୍ମାଣଜାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ. ୮.୦୦ ଟାରେ ଉପସ୍ଥିତ ପିର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିଜ ନିଜର ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଗତକାଲି ତିନିରଥର ପାଞ୍ଚଦଣ୍ଡା ରେ ଆଗଆଣି ପଛଆଣି ମୁହାଁଟ ସଂଯୋଗ ସହ ଆଗଆଣି ମୁହାଁଟ ରେ ପାଞ୍ଚୋଟି ସାଲଗୁଜ ଉଠି ନିରାଡି ପଡିଥିଲା, ସେହିପରି ପଛଆଣି ମୁହାଁଟ ଦୁଇପଟେ ଦୁଇଟି ସାଲଗୁଜ ଏବଂ ମଝିରେ ତିନୋଟି ଜଳଯନ୍ତ୍ର ଉଠି ତାଉପରେ ନିରାଡ଼ି ପଡିଥିଲା। ଆଜି ତିନିରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ କୁଡୁକା ସହ ପାର୍ଶ୍ୱଦଣ୍ଡା ଲାଗି ସେଥିରେ ମୁହାଁଟ ସଂଯୋଗ ହୋଇଥିଲା, ଦୋୟ ପାର୍ଶ୍ୱ ମୁହାଁଟ ମଝିରେ ତିନୋଟି ଲେଖାଁଏ ଜଳଯନ୍ତ୍ର ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ସାଲ ଗୁଜ ଉଠି ଉପରେ ନିରାଡ଼ି ପଡ଼ିଥିଲା। ଏଥି ସହ ତିନିରଥର ଦଣ୍ଡା ଫ୍ରେମ ନିର୍ମାଣ ମଧ୍ୟ ଶେଷ ହୋଇଯାଇଛି ।

ତଥା ତିନିରଥର ଦଣ୍ଡା ଫ୍ରେମ ଗୁଡିକରେ ପରୀକ୍ଷା ମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯୋଗ କରାଯାଉଛି, ଉକ୍ତ ଦଣ୍ଡା ଫ୍ରେମ ବା ଚେସିସ ଚକ ଅଖର ଉପରି ଭାଗରେ ସେଟିଙ୍ଗ ପାଇଁ ବିନ୍ଧ କାର୍ଯ୍ୟ ପରେ ନମ୍ବରିଂ ହୋଇ ଖୋଲାଯାଇ ସାଇତା ଯିବ । ଅନ୍ୟପଟେ ଆଜି ତିନିରଥର ରୂପକାର ସେବକ ମାନେ ତିନିରଥର ସମସ୍ତ ସାଲଗୁଜ ଏବଂ ତିଖ ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଶେଷ କରିଥିଲେ। ଆସନ୍ତା କାଲି ଠାରୁ ତିନିରଥର ସିଂହାସନ ରେ ପୂର୍ଣ କୁମ୍ଭ, ପଦ୍ମ, ଗଜ ମାଳ, ଡାଳିଲତା ଖୋଦେଇ କାମ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । କରତି ସେବକ ମାନେ ଦେବୀ ରଥ ପୋଲ ଗୟଳ ଚିରଟ ଜାରି ରଖିଛନ୍ତି । ଦୋଳବେଦୀ ସ୍ଥିତ କମାର ଶାକ ରେ ଓଝା ସେବକ ମାନେ ଯୋଖା କଣ୍ଟା, ଚାରି ନାହାକା ପାଇଁ ଚଣାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking