30.1 C
Bhubaneswar
Friday, May 3, 2024
Homeଓଡିଶାଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାମନା

ଆଜି ୭ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାମନା

ଭୁବନେଶ୍ୱର:  ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମୌସୁମୀ ସ୍ଥିତି ଅନୁଯାଇ ୭୩୧.୮ ମିମି ବର୍ଷା ହେବାର ଥିଲା, ହେଲେ ଏବେସୁଧା ୫୩୭.୪ ମିମି ବର୍ଷା ହୋଇଛି । ଯାହା ଫଳରେ ଏବେ ରାଜ୍ୟରେ ଚାଷ କାର୍ଯ୍ୟରେ ନାନା ସମସ୍ୟା ଉପୁଜିଥିବା ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି । ପାଣିପାଗ ବିଶେଷ ଶ୍ରୀ ଦାସଙ୍କ ନିକଟରୁ ମିଳିଥିବା ସୂଚନା ମୂତାବକ, ଆସନ୍ତା ୪ଦିନ ରାଜ୍ୟରେ ବହୁଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୧୭ରୁ ୧୯ ଯାଏଁ ରାଜ୍ୟରେ କାଳବୈଶାଖୀ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏବେ ପାଣିପାଗ ନିୟମକ ସ୍ଥିତି ରେ ପରିବର୍ତ୍ତନ ନଜରକୁ ଆସିଛି । ଓଡ଼ିଶାରେ ଏବେ ବି ଆଶାଅନୁରୂପ ବର୍ଷା ରେକର୍ଡ ହୋଇନାହିଁ । ମଙ୍ଗଳବାର ବିଶେଷ କରି କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ମାରିବା ସମ୍ଭାବନା ରହିଛି । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ଏକାଧିକ ସ୍ଥାନରେ ବର୍ଷା ହେବା ନେଇ ସତର୍କତା ପ୍ରକାଶ ପାଇଛି । ତେବେ ମୌସୁମୀ ପ୍ରାରମ୍ଭରୁ ଯାହା ଆକଳନ କରାଯାଉଥିଲା ସେହି ପରି ବର୍ଷା ହେଉନାହିଁ । ଜୁନ୍ ଓ ଜୁଲାଇ ମାସରେ ବର୍ଷା ୧୯% କମ୍ ରହିଥିଲା । ହେଲେ ଅଗଷ୍ଟ ଆରମ୍ଭରୁ ଏଯାବତ୍ ରାଜ୍ୟରେ ଆଶାନୁରୂପ ବର୍ଷା ହୋଇନାହିଁ । ଅଗଷ୍ଟର ୧୩ ଦିନରେ ମାତ୍ର ୬୮ ମିମି ଭିତରେ ବର୍ଷା ରେକର୍ଡ ହୋଇଛି; ଯାହାକି ୨୧୮ ମିମିରୁ ଊର୍ଦ୍ଧ୍ୱ ବର୍ଷା ହେବା କଥା । ମୌସୁମୀ ବର୍ଷା ଏକପ୍ରକାର ନୈରାଶ୍ୟଜନକ ହୋଇଥିବାବେଳେ ରାଜ୍ୟକୁ ଲଘୁଚାପର ପ୍ରଭାବ ମଧ୍ୟ ଅନୁଭୂତ ହେଉନାହିଁ । ଯାହାଫଳରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking