35.1 C
Bhubaneswar
Tuesday, April 23, 2024
Homeଓଡିଶା୧୨ଟି ଜିଲ୍ଲାରେ ସେରୋ ସର୍ଭେ କରିବା ପାଇଁ ଆରଏମଆରସିକୁ ଚିଠି

୧୨ଟି ଜିଲ୍ଲାରେ ସେରୋ ସର୍ଭେ କରିବା ପାଇଁ ଆରଏମଆରସିକୁ ଚିଠି

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ଆଜି ଗୋଟିଏ ଦିନରେ ୧୦୪ଜଣ ଶିଶୁ କରୋନା ସଂକ୍ରମିତ ହେବାପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ପିଲାଙ୍କ ପାଇଁ କୋଭିଡ୍ ଟିକା ଆସିନଥିବାରୁ ସେମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବା ପାଇଁ ସରକାର ପରାମର୍ଶ ଦେଇଥିବାବେଳେ ୧୨ଟି ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେରୋ ସର୍ଭେ କରିବା ପାଇଁ ଆଜି ଆରଏମଆରସିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଭୁବନେଶ୍ୱରସ୍ଥିତ ଆରଏମଆରସି ନିର୍ଦ୍ଦେଶିକାଙ୍କୁ ଚିଠି ଲେଖି ୧୨ଟି ଜିଲ୍ଲା ଯଥା- ଖୋର୍ଦ୍ଧା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସାଧାରଣ ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଏସଏଆରଏସ-ସିଓଭି-୨ ଆଣ୍ଟିବଡି ପ୍ରତିରୋଧକ କେତେ ପରିମାଣର ସୃଷ୍ଟି ହୋଇଛି ଓ ବୟସ ଅନୁପାତରେ ଏହା କିଭଳି ରହିଛି, ତାହା ଆକଳନ କରିବାକୁ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ୫୭.୭୦ଲକ୍ଷ ଟଙ୍କା ବ୍ୟୟବରାଦ କରିଥିବା ଜଣାଇଛନ୍ତି । ତେବେ କେବେଠୁ ଏହି ସେରୋ ସର୍ଭେ ଆରମ୍ଭ ହେବ ତାହା ଜଣାପଡ଼ିନି ।

ଅନ୍ୟପକ୍ଷରେ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କୋଭିଡ୍ ନିୟମ ମାନି ଚଳିଲେ ହିଁ ଶିଶୁମାନଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ । ଆମକୁ ପ୍ରଥମେ ନିଜର ପିଲାମାନଙ୍କୁ ସୁରକ୍ଷିତ ପରିବେଶ ମଧ୍ୟରେ ରଖିବାକୁ ପଡ଼ିବ । ଟିକା ଦେଇ ସେମାନଙ୍କୁ ସୁରକ୍ଷିତ ରଖିବାର ସୁଯୋଗ ଏପର୍ଯ୍ୟନ୍ତ ଆସି ନାହିଁ । ତେଣୁ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ଟିକାକରଣ କରି ପିଲାଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ । ଟିକାକରଣ ହେଲେ ସେମାନେ ଆଉ ସଂକ୍ରମିତ କରିବେ ନାହିଁ ଓ ପିଲାମାନେ ସୁରକ୍ଷିତ ରହିପାରିବେ । ସେହିପରି ଅଭିଭାବକମାନେ ମଧ୍ୟ ଘରେ ନିଜ ପିଲାମାନଙ୍କର ଯତ୍ନ ଯେଭଳି ନେବେ ସେଥିପାଇଁ ସଚେତନ କରାଇବାର ଆବଶ୍ୟକତା ରହିଛି । କୋଭିଡ୍ ନିୟମ ମାନି ଚଳିଲେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କାକୁ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking