24.5 C
Bhubaneswar
Thursday, January 16, 2025
Homeଓଡିଶାଅସହ୍ୟ ଗ୍ରୀଷ୍ମପ୍ରବାହ ଲାଗି ଜନଜୀବନ ଅସ୍ତବ୍ୟସ୍ତ

ଅସହ୍ୟ ଗ୍ରୀଷ୍ମପ୍ରବାହ ଲାଗି ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନର ତାପମାତ୍ରା ବଢ଼ୁଥିବାରୁ ତାତି ବଢ଼ିବାରେ ଲାଗିଛି । ଅସହ୍ୟ ଗ୍ରୀଷ୍ମପ୍ରବାହ ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ବୁଧବାର ସୁବର୍ଣ୍ଣପୁରର ତାପମାତ୍ରା ସର୍ବାଧିକ ୪୪.୫ଡିଗ୍ରୀ ରେକର୍ଡ କରାଯାଇଛି । ଫଳରେ ଏହା ଆଜି ଉତ୍ତପ୍ତ ସହରର ପାଲଟିଥିଲା । ଆଜି ରାଜ୍ୟର ୬ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୯.୧ ଡିଗ୍ରୀ, ଚାନ୍ଦବାଲିରେ ୩୮ ଡିଗ୍ରୀ, କଟକରେ ୩୭ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୭.୧ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି କେନ୍ଦୁଝରରେ ୪୦.୬ ଡିଗ୍ରୀ, ସମ୍ୱଲପୁରରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ହୀରାକୁଦରେ ୪୧ଡିଗ୍ରୀ, ଭବାନୀପାଟଣାରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୪ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩ଡିଗ୍ରୀ, ତାଳଚେରରେ ୪୧.୪ ଡିଗ୍ରୀ, ଛତ୍ରପୁରରେ ୩୨ ଡିଗ୍ରୀ, ଭଦ୍ରକରେ ୪୦.୫ ଡିଗ୍ରୀ, ଯାଜପୁରରେ ୩୯ ଡିଗ୍ରୀ, ଢେଙ୍କାନାଳରେ ୩୯ ଡିଗ୍ରୀ, ଦେବଗଡ଼ରେ ୩୯.୫ ଡିଗ୍ରୀ, ବରଗଡ଼ରେ ୪୦.୬ ଡିଗ୍ରୀ, ନୂଆପଡ଼ାରେ ୪୧.୫ ଡିଗ୍ରୀ, ନବରଙ୍ଗପୁରରେ ୩୮ଡିଗ୍ରୀ, ଖୋର୍ଦ୍ଧାରେ ୩୮ଡିଗ୍ରୀ, ଜଗତସିଂହପୁରରେ ୩୫ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୪ ଡିଗ୍ରୀ, ବୌଦ୍ଧରେ ୪୩ ଡିଗ୍ରୀ, ନୟାଗଡ଼ରେ ୪୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୮ ଡିଗ୍ରୀ ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୧ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ଜିଲ୍ଲାରେ ବଜ୍ରପାତ, ବର୍ଷା ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି । ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଏହି ୧୩ଟି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟ ପକ୍ଷରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଏବଂ ଏହା ୨-୩ ଡିଗ୍ରୀସେଲସିୟସ ହ୍ରାସ ପାଇବ । ପରବର୍ତ୍ତୀ ୨ ଦିନ ମଧ୍ୟରେ ରାଜ୍ୟର ଅନେକ ସହରର ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ।

ଏପ୍ରିଲ ୨୪ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ୪୦ଡିଗ୍ରି ସେଲସିୟସରୁ ଅଧିକା ରହିବା ସହ ସ୍ୱାଭାବିକ ଠାରୁ ୨-୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକା ରହିପାରେ । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ ମଧ୍ୟମ ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking