38.8 C
Bhubaneswar
Friday, April 19, 2024
Homeଓଡିଶା୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା

୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା

ଭୁବନେଶ୍ବର : ରାଜ୍ୟକୁ ପୁଣି ଫେରିଛି ଶୀତ। ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ। ଆଜି ଠାରୁ ରାଜ୍ୟ ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ। ବାୟୁମଣ୍ଡଳରେ ସ୍ଥିରତାକୁ ବୃଦ୍ଧି କରିବାରେ ଏହା ସହାୟକ ହେବ। ଓଡ଼ିଶା ଉପରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପର ଉପସ୍ଥିତି ତଥା ବାୟୁମଣ୍ଡଳରେ ସ୍ଥିରତା ଓ ନିର୍ମଳ ଆକାଶ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି।

ଘନକୁହୁଡ଼ି ପାଇଁ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୧୯ ତାରିଖ ଯାଏ ଘନକୁହୁଡ଼ି ଲାଗି ରହିବ। ଦୃଶ୍ୟମାନ ଦୂରତା ୨ଶହ ମିଟରରୁ କମ ରହିବ । ତେବେ ଇତିମଧ୍ୟରେ ରାଜ୍ୟକୁ ପୁଣିଥରେ କୁହୁଡ଼ି ଫେରିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆଗାମୀ ୨୪ ଘଣ୍ଟାରେ ଦୃଶ୍ୟମାନ ହେବ । ଆଗକୁ କୁହୁଡ଼ିର ପରିମାଣ ବୃଦ୍ଧି ପାଇବ ।

ତାପମାତ୍ରା କଥା ଦେଖିଲେ ଗତ ୨୪ ଘଣ୍ଟାରେ କେନ୍ଦୁଝର ଠାରେ ସର୍ବନିମ୍ନ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ହିଲଷ୍ଟେସନରେ ୧୧.୫ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬.୪ ଡିଗ୍ରୀ ରହିଥିଲା । ପୁରୀରେ ରାଜ୍ୟର ସର୍ବାଧିକ ୨୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଏବେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିଥିବା ବେଳେ ଆଗକୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking