ରାୟପୁର: ବିଜାପୁରରେ ୩୧ ନକ୍ସଲଙ୍କ ନିପାତ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଏନକାଉଣ୍ଟରରେ ୧୧ ମହିଳା ମାଓବାଦୀଙ୍କ ସମେତ ୩୧ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ବିଜାପୁର ପୁଲିସ ଲାଇନ ଅଣା ଯାଇଛି । ଏନକାଉଣ୍ଟରରେ ସହିଦ ଡିଆରଜି ହେଡ କନେଷ୍ଟବଳ ନରେଶ ଧୃବ ଓ ଏସଟିଫ ଯବାନ ୱାସିତ ରାଓଟେଙ୍କୁ ଆଜି ଶେଷ ସମ୍ମାନ ପ୍ରଦାନ କରାଯିବ।ସେପଟେ ଆହତ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ନ୍ୟାସନାଲ ପାର୍କ ଏରିଆ କମିଟି ଓ ମଦ୍ଦେଡ ଏରିଆ କମିଟିର ମାଓବାଦୀଙ୍କ ସହ ଏହି ଗୁଳିବିନିମୟ ଘଟଣାରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଥିବା ବିଜାପୁର ଏସପି ସୁଚନା ଦେଇଛନ୍ତି।