ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକମାନଙ୍କୁ କହିଥିଲେ, “ ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ନମ୍ରତାର ସହିତ ଗ୍ରହଣ କରୁଛୁ । ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଯେ ଲୋକମାନେ ଯେଉଁ ପାଇଁ ସେମାନଙ୍କୁ ଭୋଟ ଦେଇଛନ୍ତି, ସେମାନେ ସେହି ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ । ଗତ ୧୦ ବର୍ଷ ମଧ୍ୟରେ ଆମେ ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ଭିତ୍ତିଭୂମି କ୍ଷେତ୍ରରେ ବହୁତ କାମ କରିଛୁ । ଆମେ କେବଳ ଏକ ଗଠନମୂଳକ ବିରେଧୀ ଭୂମିକା ଗ୍ରହଣ କରିବୁ ନାହିଁ ବରଂ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସେବା କରିବୁ ।”