33.1 C
Bhubaneswar
Monday, May 6, 2024
Homeଓଡିଶାନେତାଙ୍କ ପ୍ରତିଶୃତି ପାଣିର ଗାର, ଅପହଞ୍ଚ ପାଲଟିଛି ସରକାରୀ ଯୋଜନା : ଚୂଆ ପାଣି ବଞ୍ଚାଉଛି...

ନେତାଙ୍କ ପ୍ରତିଶୃତି ପାଣିର ଗାର, ଅପହଞ୍ଚ ପାଲଟିଛି ସରକାରୀ ଯୋଜନା : ଚୂଆ ପାଣି ବଞ୍ଚାଉଛି ଜୀବନ

ବୈପାରିଗୁଡା – ସରକାର ଆଦିବାସୀ ଗାଁ ଗୁଡିକୁ ଆଦର୍ଶ ଗାଁ କରିବାକୁ ଯୋଜନା କରୁଛନ୍ତି ।ଏନେଇ ଅନେକ ଯୋଜନା ମାନ ରହିଛି , ହେଲେ ସବୁ ଯୋଜନା ଏଠି ବାଟବଣା ପାଲଟିଥିବା ଦେଖୁବାକୁ ମିଳିଛି ।ଗାଁକୁ ଅଛି ଭଲ ରାସ୍ତା ନା ପହଁଚି ପାରିଛି ସରକାରୀ ଯୋଜନା ।ଜୀବନ ବଞ୍ଚାଇବାକୁ ଚୁଆ ପାଣି ପାଲଟିଛି ଶେଷ ଭରସା ।ବାରମ୍ବାର ନିର୍ବାଚନ ସମୟରେ ନେତା ପ୍ରତିଶୃତି ଦିଅନ୍ତି ହେଲେ ପ୍ରତିଶୃତି ପାଣିର ଗାର ପାଲଟିଥିବା କୁହାଯାଇଛି ।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ମାଙ୍କିଡ଼ି ଗ୍ରାମର ଗୌଡ଼ସାହି ଏବଂ ମାଳିସାହି ଗାଁରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।ପୁରୁଣାପାଣି ନଦୀ ର ଦୁଇ ପାର୍ଶ୍ଵର ନିକଟବର୍ତ୍ତି ଅଞ୍ଚଳରେ ରହିଛି ଗୌଡ଼ସାହି ଏବଂ ମାଳିସାହି ଗାଁ ।ଏଠାରେ ପାଖାପାଖି ୬୦ରୁ ଅଧିକ ପରିବାର ରହିଛି ।ଏହି ଗାଁକୁ ରାସ୍ତାଟିଏ ଭଲଭାବେ ନାହିଁ ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ଏଠି ଅପହଞ୍ଚ ପାଲଟିଛି । ଖାସ୍‌ କରି ପାନୀୟ ଜଳ ସମସ୍ୟା ଗାଁରେ ରହିଛି ।ଗାଁରେ ଗୋଟିଏ ନଳକୂପ ଟିଏ ଥିଲା ତାହା ମଧ୍ୟ ଗତ ୨ବର୍ଷ ହେବ ଖରାପ ହୋଇ ପଡିଛି ଏବଂ ଗୋଟିଏ ନୂଆ ନଳକୂପ ବସାଯାଇଛି ହେଲେ ସେଥିରୁ ମଧ୍ୟ ଲୁହାପଥର ଗୁଣ୍ଡ ପାଣି ବାହାରୁଛି ତାହା ପାନୀୟ ଭାବେ ବ୍ୟବହାର କରିହେବ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।ଜୀବନ ବଞ୍ଚାଇବା ପାଇଁ ମଣିଷ-ପଶୁ ଏଠି ଏକାଠି ହୋଇଛନ୍ତି ।ସେପଟେ ଗାଁ ର ମଧ୍ୟ ଭାଗରେ ଯାଇଥିବା ଏକ ନଦୀରୁ ଚୂଆ ତାଡି ସେହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।ଖରାଦିନେ ଗ୍ରାମବାସୀ ମାନେ ଏହି ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ।ହାତରେ ଗରା ଓ ବାଲ୍‌ଟି ଧରି ଲମ୍ବାଲାଇନରେ ପାଣି ଆଣିବାକୁ ଯାଇଥାନ୍ତି ଗ୍ରାମବାସୀ ।ଏହି ଚୁଆ ପାଣିକୁ ଜଙ୍ଗଲୀ ଜୀବ, ଜନ୍ତୁ ସମେତ ଗୃହପାଳିତ ପଶୁ ମାନେ ପିଇଥାନ୍ତି ।ଚୂଆ ପାଣି ମଣିଷ ପିଇଲେ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି ।ତାପରେ ବି ଜୀବନ ଟିକକ ବଞ୍ଚାଇବା ପାଇଁ ବାଧ୍ୟହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।ପଞ୍ଚାୟତ ନିର୍ଵାଚନ ଓ ସାଧାରଣ ନିର୍ବାଚନରେ ଗାଁକୁ ନେତା ମାଳ ମାଳ ଆସିଥାନ୍ତି, ଆଉ ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି ।ନିର୍ବାଚନ ସରିଗଲେ ପ୍ରତିଶୃତି ପ୍ରତିଶ୍ରୁତିରେ ରହିଯାଇଥାଏ ।ଯଦି ଏହି ଗୌଡ଼ସାହି ଏବଂ ମାଳିସାହି ଗାଁରେ ସରକାରୀ ଯୋଜନାରେ ସଠିକ ବିନିଯୋଗ କରାନଯାଏ ଆଉ ପାନୀୟ ଜଳ ବ୍ୟବସ୍ଥା କରାନଯାଏ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ହିଁ ଶେଷ ରାସ୍ତାହେବ ବୋଲି ଗ୍ରାମବାସୀ କୁନାଇ ମାଳି, ବୈଦି ଗୌଡ଼, ଗୋକୁଳି ମାଳି, ଚଂଚଳା ହିଆଲ, ଦସୁ ମାଳି, ତୁଲା ଚାଲାଣ, କସ୍ତୁରୀ ମାଳି, ଭଗବାନ ମାଳି, କୃଷ୍ଣ ମାଳି, ହୀରନ ହିଆଲ, ରଘୁରାମ ମାଳି, ରାମଚନ୍ଦ୍ର ଗୌଡ଼ ପ୍ରମୁଖ ଚେତାବନୀ ଦେଇଛନ୍ତି ।ଏନେଇ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ସେ ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ – ବନଲତା ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking