28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକୁମ୍ଭମେଳାରେ ଓଡିଶାରୁ ୪୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ

କୁମ୍ଭମେଳାରେ ଓଡିଶାରୁ ୪୦୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ : ଓଡିଶାରୁ ଉତ୍ତରାଖଣ୍ଡର କୁମ୍ଭମେଳାକୁ ଯାଇଛନ୍ତି ୧୫୦ ପରିବାର । ୧୫୦ ଟି ପରିବାରରୁ ୪୦୦ରୁ ଉର୍ଦ୍ଧୁ ଶ୍ରଦ୍ଧାଳୁ ଯାଇଛନ୍ତି କୁମ୍ଭମେଳାକୁ । ଗଞ୍ଜାମରୁ ୨୫, ଖୋଦ୍ଧାରୁ ୧୦, ନବରଙ୍ଗପୁରରୁ ୨୦ , ପୂରୀରୁ ୨୦, କଟକରୁ ୯ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି ।

ସୂଚନାଯୋଗ୍ୟଯେ, ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ ଭାଗ ନେଇଥିବା ୨୪ ଜଣ ସାଧୁ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୫୪ ଜଣ ସାଧୁଙ୍କୁ କୋରନା ସଂକ୍ରମଣ ହୋଇଛି । ତେବେ ଉତ୍ତରାଖଣ୍ଡର ହରିଦ୍ୱାର ରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୯ କୋରନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ତେବେ କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଫେରନ୍ତା । କୁମ୍ଭମେଳା ଫେରନ୍ତାଙ୍କ ସଂପର୍କରେ ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳ ଓ କମିସନରଙ୍କୁ ଚିଠି ଲେଖିଲେ ଓଡିଶାର ସ୍ୱତନ୍ତ୍ର ରିଲିଫ କମିସନର । କୁମ୍ଭମେଳାରେ ଭାଗ ନେବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ସହ ପଞ୍ଜୀକୃତ କରିଥିବା ଓଡ଼ିଆଙ୍କ ତାଲିକା ପ୍ରଦାନ କରିବେ ଜିଲ୍ଲାପାଳ ଓ ମୁନିସିପାଲ କମିସନର । କୁମ୍ଭମେଳା ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ଅବସ୍ଥିତି ସଂପର୍କରେ ସୂଚନା ସଂଗ୍ରହ କରାଯିବ । ରେଳ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ସେମାନଙ୍କୁ ଆରଟିପିସିଆର ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking