24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଶିବଙ୍କୁ ଲାଗି ହେଉଥିବା ଜଳର ରହିଛି ଅଦ୍ଭୁତପୂର୍ବ ଫାଇଦା

ଶିବଙ୍କୁ ଲାଗି ହେଉଥିବା ଜଳର ରହିଛି ଅଦ୍ଭୁତପୂର୍ବ ଫାଇଦା

ନୂଆଦିଲ୍ଲୀ:  ହିନ୍ଦୁ ଧର୍ମରେ ବିଭିନ୍ନ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିବା ନେଇ ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ସେହି ବିଧି ବିଧାନ ଅନୁଯାୟୀ ପୂଜାପାଠ କରିବା ଦ୍ବାରା ଭଗବାନ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ କରାଯାଏ । ତେବେ ସୋମବାର ଦିନ ଭଗବାନ ଭୋଳା ଶଙ୍କରଙ୍କୁ ଅର୍ପଣ କରାଯାଇଛି । ଏହି ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରିବା ସହ ଭକ୍ତ ମାନେ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଥାଆନ୍ତି । ବିଶ୍ବାସ ରହିଛି ଯେ, ଜଳାଭିଷେକ କରିବା ଦ୍ବାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଜଳାଭିଷେକକୁ ନେଇ ଅଜଣା କଥା ।

ଶିବ ପୁରାଣରେ, ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ନେଇ ବିଧି ବିଧାନ ଉପରେ ବର୍ଣ୍ଣନା କରାଯାଇଛି । ଏହା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରୁଛନ୍ତି ତାହାଲେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ସେହିପରି ଏଥିରେ କ୍ଷୀର, ଘିଅ, ମହୁ ଇତ୍ୟାଦି ଅନ୍ୟାନ୍ୟ ପଦାର୍ଥକୁ ଶିବ ଲିଙ୍ଗ ଉପରେ ଅଭିଷେକ କରିବା ବିଷୟରେ କୁହାଯାଇଛି । ଏହି ସବୁ ଜିନିଷରେ ଅଭିଷେକ କରିବା ଦ୍ବାରା ଅଲଗା ଅଲଗା ଫଳ ମିଳିଥାଏ ।

ଶିବ ଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ଜଳ ଅମୃତ ସମାନ ହୋଇଥାଏ ।ଶିବ ପୂରାଣ ବିଧ୍ୟେଶ୍ବର ସଂହିତା ୨୨ ଅଧ୍ୟାୟର ୧୮ ପଦରେ କୁହାଯାଇଛି ଯେ, ଶିବ ଲିଙ୍ଗ ଉପରେ ଅପର୍ଣ କରାଯାଉଥିବା ଜଳକୁ ଅଳ୍ପ ଅଳ୍ପ କରି ୩ ଥର ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ମୁକ୍ତ ମିଳିଥାଏ । ଏହାକୁ ପିଇବା ଦ୍ବାରା ଆହୁରି ଅନେକ ଲାଭ ମଧ୍ଯ ହୋଇଥାଏ ।

ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ବାରା ଖରାପ ଗ୍ରହ ମାନଙ୍କ ପ୍ରଭାବ ଦୂର ହୋଇଯାଏ । ଜାକତରେ ଗ୍ରହ ମାନଙ୍କ ଖରାପ ପ୍ରଭାବ ଥିଲେ ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳ ଅପର୍ଣ କରିବା ଦ୍ବାରା ଏହା ଖଣ୍ତିତ ହୋଇଥାଏ । ବିଶ୍ୱାସ ରହିଛି ଯେ, ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିନ୍ତି ତାହାଲେ ଧନ ପ୍ରାପ୍ତ ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହୋଇଥାଏ ।

ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ବାରା ମନ ଶାନ୍ତ ହୋଇଥାଏ । ନକାରାତ୍ମକ ଭାବନା ମଧ୍ଯ ଦୂର ହୋଇଥାଏ । ଏହାକୁ ନେଇ ଏକ କାହାଣୀ ମଧ୍ଯ ରହିଛି, ଯେତେବେଳେ ଭୋଳାନାଥ ବିଷ ପାନ କରିଥିଲେ ସେ ସମୟରେ ତାଙ୍କୁ ଶାନ୍ତ କରିବା ଲାଗି ଦେବତାମାନେ ତାଙ୍କ ଉପରେ ପାଣି ଢାଳି ତାଙ୍କୁ ଶାନ୍ତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking