34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପାକିସ୍ତାନକୁ ପୁଣିଥରେ ଚେତାବନୀ

ପାକିସ୍ତାନକୁ ପୁଣିଥରେ ଚେତାବନୀ

ନୂଆଦିଲ୍ଲୀ: ଅନ୍ୟ କିଛି ପ୍ରଶ୍ନର ଜବାବ ଦେବାକୁ ଯାଇ ରାଜନାଥ ସିଂହ କହିଛନ୍ତି, ଯଦି ପାକିସ୍ତାନ ଆତଙ୍କବାଦୀଙ୍କ ସହାୟତାରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରେ ତେବେ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଏନେଇ କୌଣସି ସନ୍ଦେହ କାହାର ରହିବା ଉଚିତ୍ ନୁହେଁ । ଅନ୍ୟପକ୍ଷେ ଯଦି ପାକିସ୍ତାନ ସତରେ ଆତଙ୍କବାଦ ବିରୋଧ କିଛି କାର୍ଯ୍ୟକ୍ରମ ହାତକୁ ନେବାକୁ ଚାହୁଁଛି, କିନ୍ତୁ ନିଜକୁ ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇବାରେ ଅସମର୍ଥ ମନେ କରୁଛି ତେବେ ଭାରତ ଏକ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ତଥା ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ । ଆତଙ୍କବାଦ ଉପରେ ରୋକ୍ ଲଗାଇବା ପାଇଁ ଭାରତ ସମ୍ପୂର୍ଣ୍ଣରୂପେ ପାକିସ୍ତାନକୁ ସହଯୋଗ କରିବ । ପ୍ରକାଶ, କିଛି ଦିନ ପୂର୍ବେ ଏକ ନିର୍ବାଚନୀ ରାଲିରେ ଯୋଗଦେବା ଅବସରରେ ରାଜନାଥ କହିଥିଲେ, ଆତଙ୍କବାଦୀ ବିରୋଧୀ ଅଭିଯାନ ପାଇଁ ଯଦି ଆମକୁ ସେମାନଙ୍କ ଘରେ ପଶି ସେମାନଙ୍କୁ ମାରିବାକୁ ପଡେ, ତେବେ ଆମେ ପଛଘୁଞ୍ଚା ଦେବୁ ନାହିଁ । ସିଧାସଳଖ ସେମାନଙ୍କୁ ସେମାନଙ୍କ ମାଟିରେ ହିଁ ଶେଷ କରିଦିଆଯିବ, ଲୁଚାଛପାରେ ନୁହେଁ । ରାଜନାଥଙ୍କ ଏପ୍ରକାର ଟିପ୍ପଣୀ ସିଧାସଳଖ ପାକିସ୍ତାନ ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ରହିଥିଲା । ରାଜନାଥଙ୍କ ଏପ୍ରକାର ବିବୃତି ପରେ ପରେ ପାକିସ୍ତାନ ପକ୍ଷରୁ ପ୍ରତିକ୍ରିୟା ମଧ୍ୟ ଆସିଥିଲା ।
ସୂଚନାଯୋଗ୍ୟ, ରାଜନାଥଙ୍କ ଏପ୍ରକାର ଏକ ସାକ୍ଷାତକାରଜନିତ ବିବୃତି ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଗାର୍ଡିଅନ୍ ଭଳି ବିଦେଶୀ ଗଣମାଧ୍ୟମରେ ନିୟମିତ ଭାବେ ଭାରତ ନିଜ ଗୁଇନ୍ଦା ବିଭାଗ ‘ର’କୁ ଏକ ଗୁପ୍ତ ମିଶନରେ ନିୟୋଜିତ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ରିପୋର୍ଟରେ ଦର୍ଶାଯାଇଆସୁଛି ଯେ, ଭାରତର ଏହି ଗୁପ୍ତ ମିଶନ ଅନ୍ତର୍ଗତ ବିଦେଶମାଟିରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରାଯାଉଛି ଏବଂ ଏସବୁ ପଛରେ ଭାରତୀୟ ର’ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଛି । ତେବେ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଏପ୍ରକାର ରିପୋର୍ଟକୁ ଭାରତ ପକ୍ଷରୁ ବରାବର ଖଣ୍ଡନ କରାଯାଇଆସୁଛି । ଭାରତ ଏପ୍ରକାର କୌଣସି ଟାର୍ଗେଟ୍ କିଲିଂ ପ୍ରକ୍ରିୟା ଅନ୍ତର୍ଗତ ମିଶନ ଚଳାଇବାର ଆବଶ୍ୟକତା ନାହିଁ ବୋଲି ବରାବର କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟୀକରଣ ଦେଇଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking