29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶକଂଗ୍ରେସ ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶାଣିତ ପ୍ରଶ୍ନ; ବାସ୍ତବ ‘ଏକଛତ୍ରବାଦୀ-ସ୍ୱେଚ୍ଛାଚାରୀ’ କିଏ?

କଂଗ୍ରେସ ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶାଣିତ ପ୍ରଶ୍ନ; ବାସ୍ତବ ‘ଏକଛତ୍ରବାଦୀ-ସ୍ୱେଚ୍ଛାଚାରୀ’ କିଏ?

ନୂଆଦିଲ୍ଲୀ: “ବିରୋଧୀ ଆମକୁ ‘ଏକଛତ୍ରବାଦୀ’ କହୁଛନ୍ତି, କିନ୍ତୁ ଏକଛତ୍ରବାଦ ଶାସକ କିଏ ସେସମ୍ପର୍କରେ ଦେଶବାସୀ ବେଶ୍ ଭଲଭାବେ ଅବଗତ । ଯେଉଁମାନେ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ ଏବଂ କେବଳ ତତ୍କାଳୀନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା କାରଣରୁ ବିନା କୌଣସି କାରଣରେ ହଜାର ହଜାର ଲୋକଙ୍କୁ ଜେଲ୍ କାରାଗାରରେ ଭର୍ତ୍ତି କରାଇଥିଲେ ସେମାନେ ଆଜି ଆମକୁ ସ୍ୱେଚ୍ଛାଚାରୀ ବୋଲି କହୁଛନ୍ତି । ଦେଶରେ ଜରୁରିକାଳୀନ ପରିସ୍ଥିତି ସମୟରେ ଯେତେବେଳେ ଅନ୍ୟମାନଙ୍କ ସହ ମୁଁ ମଧ୍ୟ ଗିରଫ ହୋଇଥିଲି, ସେହି ସମୟରେ ମୋ’ ମା’ଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ତତ୍କାଳୀନ କଂଗ୍ରେସ ସରକାର ମା’ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମଧ୍ୟ ମୋତେ ପାରୋଲ୍‌ରେ ଛାଡିନଥିଲା । ମୋ’ ପରି ଅନେକ କଏଦୀମାନେ ସମାନ ପରିସ୍ଥିତିର ସମ୍ମୁଖୀନ କରିଥିଲେ । ଏହାକୁ ହିଁ କୁହାଯାଏ ଏକଛତ୍ରବାଦ ଶାସନ ।” ନ୍ୟୁଜ୍ ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାର ଦେବା ମର୍ମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟରେ ଏପ୍ରକାର ବିବୃତି ଦେଇଛନ୍ତି ।
ରାଜନାଥ ସିଂହ କହିଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, କେବଳ ନିଜ ସ୍ୱାର୍ଥପାଇଁ ଦେଶରେ ଜରୁରିକାଳୀନ ପରିସ୍ଥିତି ‘ଏମର୍ଜେନ୍ସି’ ଲାଗୁ କରିଦେଇଥିଲେ । ଅନେକ ବିପକ୍ଷ ନେତାଙ୍କୁ ଗିରଫ କରାଯାଇ ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । ଦେଶରେ ଅଶାନ୍ତ ତଥା ହିଂସକ ବାତାବରଣ ସୃଷ୍ଟି କରିଦିଆଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଏମର୍ଜେନ୍ସି ଲାଗୁକରିବା ସମୟରେ ରାଜନାଥଙ୍କ ବୟସ ମାତ୍ର ୨୩ ବର୍ଷ ଥିଲା । କଲେଜ ପଢ଼ା ସମୟରୁ ହିଁ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଦେଶସେବା ପ୍ରତି ମନୋନିବେଶ କରିଥିଲେ । ଏହିକ୍ରମେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ରେ ଯୋଗଦେଇଥିଲେ । କିନ୍ତୁ ବାସ୍ତବରେ ସେସମୟରେ ଦେଶର ରାଜନୀତି କ୍ଷେତ୍ରରେ କ’ଣସବୁ ଘଟୁଛି ସେସମ୍ପର୍କରେ ଭଲଭାବେ ଜାଣିବା ପୂର୍ବରୁ ହିଁ ତାଙ୍କୁ ଜେଲ୍‌ରେ ୧୮ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିଥିଲା । ଏହି ସମୟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ପାରୋଲ୍ ଦିଆଯାଇନଥିଲା । ସରକାରଙ୍କ ପ୍ରରୋଚନାରେ କୋର୍ଟ ସେତେବେଳେ ତାଙ୍କ ପାରୋଲ୍ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ । ରୋଗଶଯ୍ୟାରେ ପଡ଼ି ପଡି ଶେଷରେ ତାଙ୍କ ମା’ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ମୃତ ମା’ଙ୍କ ଶେଷ ଦର୍ଶନ ମଧ୍ୟ ସେ କରିପାରିନଥିଲେ ବୋଲି ରାଜନାଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking