28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶସତର୍କ କଲା ହୁ': ବିଶ୍ୱରେ ଏକ ମାସ ମଧ୍ୟରେ କୋରାନା ପଜିଟିଭ ହାର ୫୨% ବୃଦ୍ଧି

ସତର୍କ କଲା ହୁ’: ବିଶ୍ୱରେ ଏକ ମାସ ମଧ୍ୟରେ କୋରାନା ପଜିଟିଭ ହାର ୫୨% ବୃଦ୍ଧି

ହାଇଦ୍ରାବାଦ: ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା ଭାଇରସ । ସମଗ୍ର ବିଶ୍ୱରେ କୋଭିଡ ମାମଲା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବୃଦ୍ଧି ପାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗତ ଏକ ମାସ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ କୋଭିଡ ମାମଲା ୫୨ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଏହି ତଥ୍ୟ ଏକ ଚିନ୍ତାଜନକ ହୋଇଥିବା ବେଳେ କୋରୋନାକୁ ହାଲୁକା ଭାବେ ନନେଇ ସତର୍କ ରହିବା ଉଚିତ ବୋଲି କୁହାଯାଇଛି । ହୁର ତଥ୍ୟ ଅନୁସାରେ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ୱରେ ୮,୫୦,୦୦୦ ନୂତନ ମାମଲା ପଞ୍ଜିକୃତ ହୋଇଛି । ତେବେ କୋଭିଡ ପଡିଟିଭ ହାର ବୃଦ୍ଧି ପାଉଥିବା ବେଳେ ଏହାସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଗତ ୨୮ ଦିନରେ ମୃତ୍ୟୁ ସଂଖ୍ୟା ମଧ୍ୟ ୮ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଡିସେମ୍ବର ୧୭ ତାରିଖ ସୁଦ୍ଧା ସାରା ବିଶ୍ୱରେ ୭୭୨ ମିଲିୟନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ମିଲିୟନ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଉଲ୍ଲେଖ କରିଛି ।ଅନ୍ୟପଟେ ୧୧୮୦୦୦ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୧୬୦୦ ସଂକ୍ରମିତ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ହସ୍ପିଟାଲରେ ଭର୍ତ୍ତି ସଂକ୍ରମିତଙ୍କ ହାର ୨୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଆଇସିୟୁରେ ଚିକିତ୍ସିତଙ୍କ ହାର ୫୧ ପ୍ରତିଶତ ବୃଦ୍ଧି ପାଇଥିବା ନେଇ ଦର୍ଶାଯାଇଛି । କୋରୋନା ସହିତ ଏହାର ନୂଆ ଭାରିଆଣ୍ଟ ଜେଏନ ୧ ମୁଣ୍ଡବ୍ୟଥାର କାରଣ ସାଜିଛି ।

ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଦେଶରେ ବ୍ୟାପିଛି ଏହି ଭାଇରସ । ବର୍ତ୍ତମାନ ସୁଦ୍ଧା ଭାରତରେ ଜେଏନ ୧ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା ବେଳେ ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଇଛି । ତେବେ ହୁ ଏହି ନୂଆ ପ୍ରଜାତିକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟରେ ବିଭକ୍ତ କରିଛି । ତେବେ ଏହା ବର୍ତ୍ତମାନ ସୁଦ୍ଧା ଗମ୍ଭୀର ସ୍ଥିତି ସୃଷ୍ଟି କରିନଥିବା ବେଳେ ସତର୍କ ରହିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଭାବ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ଭାରିଆଣ୍ଟ ଉପରେ ନଜର ରଖିଯାଇଛି ଏବଂ ଆବଶ୍ୟକ ସ୍ଥଳେ ନିର୍ଦ୍ଦେଶାବଳୀ ଜାରି କରାଯିବା ନେଇ ହୁ ମୁଖ୍ୟ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking