29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଜାଣିଶୁଣି ଗୋଟିଏ ବୁଥରେ ଭୋଟ୍ ମେସିନ୍ ବନ୍ଦ କରାଯାଇଛି

ଜାଣିଶୁଣି ଗୋଟିଏ ବୁଥରେ ଭୋଟ୍ ମେସିନ୍ ବନ୍ଦ କରାଯାଇଛି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ସେପଟେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟିଏମସି ବିଧାୟକ ମଦନ ମିତ୍ର ଜାଣିଶୁଣି ଗୋଟିଏ ବୁଥରେ ଏକ ଭୋଟ୍ ମେସିନ୍ ବନ୍ଦ କରି ଦେଇଛନ୍ତି । ଆଜି ସକାଳେ ପ୍ରିୟଙ୍କା ଭବାନୀପୁର ନିର୍ବାଚନମଣ୍ଡଳୀରେ ବୁଥ କେନ୍ଦ୍ର ପରିଦର୍ଶନ କରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି । ବୁଥ ପରିଦର୍ଶନ ସମୟରେ ପ୍ରିୟଙ୍କା କହିଛନ୍ତି, ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ଏଠାରେ ଭୋଟିଂ ମେସିନକୁ ବନ୍ଦ କରିଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଯଦି ଲୋକମାନେ ବାହାରକୁ ଆସି ଭୋଟ୍ ଦିଅନ୍ତି, ତେବେ ଆପଣ ଫଳାଫଳ ଦେଖିବାକୁ ପାଇବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking