28.1 C
Bhubaneswar
Friday, April 26, 2024
Homeବଲିଉଡସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ନୂଆଦିଲ୍ଲୀ : ଭାରତ ରତ୍ନ ଲତା ମଙ୍ଗେସକର ଭାରତର ସବୁଠୁ ଅନମୋଲ ଗାୟିକା ଅଟନ୍ତି । ତାଙ୍କ ସ୍ୱର କୁ ନେଇ ଆମେରିକିୟ ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ, ଏପରି ସୁରିଲା ସ୍ୱର ନା କାହାର ଅଛି ନା ଆଗରୁ କାହାର ଥିଲା । ଲତା ଗତ ୬ ଦଶନ୍ଧି ଧରି ଭାରତୀୟ ସିନେମାକୁ ନିଜର ସ୍ୱର ପ୍ରଦାନ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଶାନ୍ତ ଓ ପ୍ରତିଭାବାନ ଅଟନ୍ତି । ଭାରତ କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକର ଲତାଙ୍କୁ ତାଙ୍କ ମା’ ମାନନ୍ତି । ଆଜି ସମଗ୍ର ସଙ୍ଗୀତ ଦୁନିଆ ତାଙ୍କ ଆଗରେ ନତମସ୍ତକ ।

ଲତାଙ୍କ ଜନ୍ମ ୨୮ ସେପ୍ଟେମ୍ବର ୧୯୨୯କୁ ଇନ୍ଦୋରର ମରାଠା ପରିବାରରେ ହୋଇଥିଲା । ତାଙ୍କ ବାପା ପଣ୍ଡିତ ଦିନ ଦୟାଲ ମଙ୍ଗେସକର ଜଣେ ରଙ୍ଗ ମଞ୍ଚର କଳାକାର ଓ ଗାୟକ ଥିଲେ । ତେଣୁ ସଙ୍ଗୀତ ପ୍ରତି ବାପା ହିଁ ପ୍ରଥମେ ଲତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଲତାଙ୍କ ୫ ଜଣ ଭାଇ ଭଉଣୀଙ୍କ ମଧ୍ୟରୁ ଲତା ବଡ ଝିଅ । ଲତା ୫ ବର୍ଷ ବୟସରୁ ହିଁ ନିଜ ପିତାଙ୍କ ମରାଠୀ ନାଟକରେ ଗୀତ ଗାଇଥିଲେ । ୧୯୪୨ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା । ଏହାପରେ ନବଯୁକ୍ତ ଚିତ୍ରପଟ୍ଟ କମ୍ପାନୀର ମାଲିକ ତଥା ପିତାଙ୍କ ବନ୍ଧୁ ମାଷ୍ଟର ବିନାୟକ ଲତାଙ୍କ ପରିବାରକୁ ସମ୍ଭାଳିଥିଲେ ଓ ଲତାଙ୍କୁ ଜଣେ ଗାୟିକା ଓ ଅଭିନେତ୍ରୀ ବନାଇବା ପାଇଁ ସହାଯ୍ୟ କରିଥିଲେ । ଲତା ତାଙ୍କ ସଙ୍ଗୀତ ଜୀବନର ଆରମ୍ଭ ମରାଠୀ ଫିଲ୍ମରୁ କରିଥିଲେ । ଏହାପରେ ଲତା ମୁମ୍ବାଇ ଆସିଥିଲେ । ଏଠାରେ ସେ ହିନ୍ଦୁସ୍ତାନ କ୍ଲାସିକାଲ ଉସ୍ତାଦ ଅମାନତ ଅଲ୍ଲୀଙ୍କ ଠାରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ଏହାପରେ ସେ ଧିରେ ଧିରେ ବିନାୟକଙ୍କ ଫିଲ୍ମରେ ଗୀତ ଓ ଭଜନ ଗାଇବାକୁ ଲାଗିଲେ ।

ଏହାପରେ ଲତା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ୧୯୪୭ ଭାରତ ପାକିସ୍ତାନ ବିଭାଜନ ପରେ ଉସ୍ତାଦ ଅମାନତ ଅଲ୍ଲୀ ପାକିସ୍ତାନ ଚାଲି ଯାଇଥିଲେ । ଏହାପରେ ଉସ୍ତାଦ ଗୁଲାମ ଅଲ୍ଲୀ ଖାନ, ପଣ୍ଡିତ ତୁଲସୀ ଦାଦା ଶର୍ମା ତଥା ଅମାନତ ଖାନ ଦେବଶଲ୍ୟ ପ୍ରଭୃତିଙ୍କ ଠାରୁ ସଙ୍ଗୀତ ଶିଖଥିିଲେ । ବିନାୟକଙ୍କ ମୃତ୍ୟୁ ପରେ ଗୁଲାମ ହାଇଦର ଲତାଙ୍କ ମେଣ୍ଟର ବନିଥିଲେ । ସେ ତାଙ୍କୁ ‘ମଜବୁର’ ଫିଲ୍ମରେ ପ୍ରଥମେ ବ୍ରେକ ଦେଇଥିଲେ । ଏହାରେ ସେ ପ୍ରସିଦ୍ଧ ଫିଲ୍ମ ‘ମଧୁବାଲା’ ପାଇଁ ଗୀତ ଗାଇଥିଲେ ଏଥିରେ ଗାଇଥିବା ଗୀତ ‘ଆୟେଗା ଆନେବାଲା’ ବହୁତ ଲୋକ ପ୍ରିୟ ହୋଇଥିଲା । ଏହାପରେ ଲତା ଅନିଲ ବିଶ୍ୱାସ, ଶଙ୍କର ଜୟକିଶନ, ନୌଶାଦ ଅଲ୍ଲୀ , ଏଚଡି ବର୍ମନ ,ମଦନ ମୋହନଙ୍କ ଭଳି ଅନେକ ଦୀଗ୍‌ଗଜ ସଙ୍ଗୀତଜ୍ଞ ମାନଙ୍କ ସହ କାମ କରିଥିଲେ ।

ଭାରତୀୟ ସଙ୍ଗୀତରେ ତାଙ୍କର ମହତ୍ୱପୁର୍ଣ୍ଣ ଯୋଗ ଦାନ ଯୋଗୁଁ ତାଙ୍କୁ ୧୯୬୯ରେ ପଦ୍ମ ଭୂଷଣ , ୧୯୯୯ରେ ପଦ୍ମ ବିଭୂଷଣ , ୧୯୮୯ରେ ଦାଦା ସାହେବ ଫାଲକେ , ୧୯୯୯ରେ ମହାରାଷ୍ଟ୍ର ଭୂଷଣ ଆୱାର୍ଡ , ୨୦୦୧ରେ ଭାରତ ରତ୍ନ ସହ ୩ ଟି ରାଷ୍ଟ୍ରୀୟ ଫିଲ୍ମ ଆୱାର୍ଡ ଓ ୧୯୯୩ରେ ଫିଲ୍ମ ଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ସହିତ ଅନେକ ପୁରସ୍କାର ଜିତିଛନ୍ତି । ଲତା ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଯାହା ଏକ ବିଶ୍ୱ ରେକର୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking