37.1 C
Bhubaneswar
Sunday, April 28, 2024
Homeବଲିଉଡ୫୮ ବର୍ଷ ବୟସରେ ପାଦ ରଖିଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗନିକ

୫୮ ବର୍ଷ ବୟସରେ ପାଦ ରଖିଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗନିକ

ମୁମ୍ବାଇ : ୫୮ ବର୍ଷ ବୟସରେ ପାଦ ରଖିଛନ୍ତି କଣ୍ଠଶିଳ୍ପୀ ଅଲକା ୟାଗନିକ । ସେ ୧୯୯୬ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ କଲିକତା ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ପ୍ରସିଦ୍ଧ ଗାଇକା ଅଟନ୍ତି । ତାଙ୍କର ମଧୁର ସ୍ବରରେ ଦେଶବାସୀଙ୍କ ମନ ଜିଣି ପାରିଛନ୍ତି । ତାଙ୍କ ଗୀତ ବାଜିଲେ ଲୋକ ମାନଙ୍କ ପାଦ ଆଉ ମାଟିରେ ନଥାଏ ଲୋକ ମାନଙ୍କୁ ନାଚିବାକୁ ମନ ହୋଇଥାଏ । ସେ ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି । ଏହା ସହିତ ସେ ଜନ ସାଧାରଣମାନଙ୍କ ପ୍ରଶଂସାର ପାତ୍ର ବି ହୋଇପାରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୦୦ ଚଳଚ୍ଚିତ୍ରରେ ୨୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସେ ୧୯୮୯ରେ ନୀରଜ କପୁରଙ୍କୁ ବିବାହ କରିଥିଲେ, କିନ୍ତୁ ସେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି । ଅଲକା ବିଶ୍ୱାସ କରନ୍ତି ଯେ ବଲିଉଡରେ ଗୀତର ମେଲୋଡି ହଜିଯାଇଛି। କେବଳ ଏତିକି ନୁହେଁ ସେ ଭଲ ଗୀତ ଗାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ବଲିଉଡରେ ଅଲକା ଅନେକ ସୁପର-ହିଟ୍ ଗୀତ ଦେଇଛନ୍ତି । ଏହି ତାଲିକାରେ ଅଗର ତୁମ୍ ସାଥ୍ ହୋ, ଟିପ୍ ଟିପ୍ ବାର୍ଷା ପାନି, ମାୟା ଯଶୋଦା, ଚୁରା କେ ଦିଲ୍ ମେରା, ପରଦେସୀ ପରଦେସୀ, ତୁଜେ ୟାଦ ନା ମେରୀ ଆୟି, ଦିଲ୍ ଲାଗା ଲିୟା ‘ଅଛି, ଚାନ୍ଦ ଛୁପା ବାଦଲ ମେନ୍, ପରି ଅନେକ ଗୀତ । ଅଲକା ୭ ଥର ଫିଲ୍ମଫେୟାର ଏବଂ ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking