31.1 C
Bhubaneswar
Tuesday, July 2, 2024
Homeଅପରାଧଶାଳିକୁ ଅପହରଣ କରିନେଇ ଏକାଧିକ ଥର ଦୁଷ୍କର୍ମ କରିଥିଲା ଭିଣୋଇ; ଶେଷରେ....

ଶାଳିକୁ ଅପହରଣ କରିନେଇ ଏକାଧିକ ଥର ଦୁଷ୍କର୍ମ କରିଥିଲା ଭିଣୋଇ; ଶେଷରେ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଲଜ୍ଜାଜନକ ଘଟଣା । ନାବାଳିକା ଶାଳିକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଭିଣୋଇ ଗିରଫ । ନିଜ ୧୩ ବର୍ଷୀୟା ନାବାଳିକା ଶାଳିକୁ ପ୍ରବର୍ତ୍ତାଇ ସହର ନେଇଯାଇ ପାଖାପାଖି ଏକ ସପ୍ତାହ ପାଖରେ ରଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଭିଣୋଇ । ପୀଡିତାଙ୍କ ବାପାଙ୍କ ଏତଲା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ଶାଳିକୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ । ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲା କିଶନପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଜଣେ ୧୩ ବର୍ଷୀୟା ନାବାଳିକା ଶାଳିକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଭିଣୋଇ ଗିରଫ ହୋଇଛି । ନାବାଳିକାକୁ ପ୍ରଥମେ ପ୍ରବର୍ତ୍ତାଇ ସହର ନେଇଯିବା ପରେ ପାଖାପାଖି ଏକ ସପ୍ତାହ ପାଖରେ ରଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଜଣକ । ତେବେ ଏନେଇ ନାବାଳିକାଙ୍କ ବାପା କିଶନପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୀଡିତାଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ ଭିଣେଇକୁ ଗିରଫ କରିବା ସହ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ନାବାଳିକାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଭିଣେଇକୁ ଅପହରଣ ଓ ପରେ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଅଞ୍ଚଳ ନିବାସୀ । କିଛି ଦିନ ତଳେ ସେ ଫତେହପୁର ଜିଲ୍ଲାର କିଶନପୁର ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବା ପାଇଁ ଆସିଥିଲା । ଏହି ସମୟରେ ସେ ନିଜର ୧୩ ବର୍ଷୀୟା ନାବାଳିକା ଶାଳିକୁ ପ୍ରବର୍ତ୍ତାଇ ନିଜ ସାଙ୍ଗରେ ସହର ନେଇଯାଇଥିଲା ।

ଏନେଇ ନାବାଳିକାଙ୍କ ବାପା କିଶନପୁର ଥାନାର ଦ୍ୱାରସ୍ଥ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । କିଶନପୁର ଥାନା ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସର୍ଭିଲାନ୍ସ ସେଲର ସହାୟତାରେ କିଶନପୁର ଥାନା ଅକ୍ଟୋବର ୨ ତାରିଖରେ (ସୋମବାର) ଅଭିଯୁକ୍ତ ଭିଣୋଇକୁ ଗିରଫ କରିବା ସହ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ନାବାଳିକାଙ୍କ ବୟାନ ଅନୁଯାୟୀ, ଭିଣୋଇ ଜଣକ ବାହାନା କରି ତାଙ୍କୁ ସହର ନେଇଯାଇଥିଲେ । ସେଠି ଭିଣୋଇ ଏକାଧିକ ଥର ତାଙ୍କ ସହ ଦୁଷ୍କର୍ମ କରିଥିବା ପୋଲିସ ଆଗରେ କହିଥିଲା ପୀଡିତା । ତେବେ ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ଅପହରଣ ଓ ଦୁଷ୍କର୍ମ ଏବଂ ପୋକ୍ସୋ ଧାରା ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ ପୀଡିତାଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ ଓ ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କିଶନପୁର ଥାନା ପ୍ରଭାରୀ ନିରୀକ୍ଷକ ଜେପି ସାହି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking