ଯାଜପୁର : ଉପାନ୍ତ ଜିଲ୍ଲା ନୁହେଁ ଖୋଦ ଯାଜପୁର ଜିଲ୍ଲାରେ ଶରତ ଋତୁରେ ପିଇବା ପାଣିର ସଙ୍କଟ ଦେଖା ଯାଇଛି । ସୁନାର ସୁକିନ୍ଦା,କାଳିଆପାଣିଅଂଚଳରେ ଖଣି ଅଞ୍ଚଳରୁ ସରକାର କୋଟି, କୋଟି ଟଙ୍କାର ଖଣିଜ ପାଣ୍ଠି ନେହୁଛନ୍ତି । ଏହି ଡି ଏମ ଫ୍ପାଣ୍ଟିର ଅଧକ୍ଷ ଜିଲ୍ଲାପାଳ ଖଣି ଅଂଚଳ ରପାଣ୍ଟି ବିକାଶ ଯଥା ପାନୀୟ ଜଳ, ରାସ୍ତା, ଘାଟ, ଶିକ୍ଷା, ସ୍ୱାସ୍ଥ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଏହି ଡି ଏ ମ ଫ୍ ପାଣ୍ଠିରେ କାର୍ଯ୍ୟ କରିବା ନିୟମ ରହିଛି । ନିୟମ କେବଳ ସରକାରଙ୍କ ଗେଜେଟରେ ସୀମିତ ରହିଛି । କୋଟି କୋଟି ଟଙ୍କା ପଡି ରହିଥିବା ବେଳେ ଖଣି ଅଞ୍ଚଳରେ ବିକାଶ ପାଇଁ ବିନିଯୋଗ ହେଉନାହଁ । ଏହାର ଦୁଷ୍ଟନ୍ତ ଦେଖିବାକୁ ମିଳିଛି କାଳିଆ ପାଣି ଖଣି ଅଂଚଳର କଂସ ପଂଚାୟତର ଓସ୍ତ ପାଳ ଗ୍ରାମରେ ।
ଖଣି ଘେରରେ ଥିବା ଏହି ଗାଁ ଟି ଏବେ ଉପାୟ ହୀନ । ପୂର୍ବରୁ ପାଣି ଗାଡି ଦ୍ୱାରା ଘରେ ଘରେ ପିଇବା ଉପଯୋଗୀ ପାଣି ଯୋଗାଇ ଦେଉଥିଲା I.D.C ଖଣି । ଖଣି ବନ୍ଦ ହେବା ପରେ ହଇରାଣ ହେଉଛନ୍ତି ଗ୍ରାମବାସୀ । ସରକାରଙ୍କ ଦ୍ଵାରା ପ୍ରାପ୍ତ ସୋଲାର ଟ୍ୟାଙ୍କ ଖରାପ ହୋଇ ପଡିଛି । ନଳକୂପରୁ ବାହାରୁ ଥିବା ପାଣି କାଦୁଅ ଜାତୀୟ ପାଣି ଯାହାକି ସାଧାରଣ ଜୀବନକୁ ନଷ୍ଟ କରିଦେଉଛି । ଏଠି ପାଣି ପାଇଁ ହା ହା କାର ପଡିଛି କିନ୍ତୁ ସରକାର କୌଣସି କର୍ଣ ପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତ ଅନ୍ତର୍ଗତ ଓସ୍ତାପାଳ ଗ୍ରାମରେ । ଏମିତି ସମସ୍ୟା ଆଜି କାଲି ନୁହଁ ଦୀର୍ଘ ବର୍ଷ ଧରି ଲାଗି ରହି ଥିବା ବେଳେ ଦୃଷ୍ଟି ଦେଉନାହାନ୍ତି । କୋଣସି ପ୍ରଶାସନିକ ଅଧିକାରୀ । ଭାରତ ବର୍ଷ ସ୍ଵାଧିନତାର 75 ବର୍ଷ ପରେ ବି ଆଜି ସାଧାରଣ ଆଦିବାସୀ ,ଦଳିତ , ନିଷ୍ପେସିତ ସାଧାରଣ ଜନତା ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହୁଅନ୍ତି। ନାଳର ବାଲି ଚୁଆ ପାଣି ଏବେ ପାଲଟିଛି ସାହାରା । ଚୁଆ ପାଣି ପିଇ ଜୀବନ ଅତିବାହିତ କରୁଛନ୍ତି ନିରୀହ ଜନତା । ଶୋଷ ମେଣ୍ଟାଇବା ପାଇଁ ଯିବାକୁ ପଡୁଛି ପ୍ରାୟ ଏକ କିଲୋମିଟର । ବାରମ୍ବାର ସରପଞ୍ଚ, ବିଡ଼ିଓ ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ସ୍ଥାନୀୟ ସୁକିନ୍ଦା ରେଜିନ୍ କ୍ରମାଇଟ ଖଦାନ ମଜଦୂର୍ ସଙ୍ଗର ମୁଖ୍ୟ ନାରାୟଣ ଚନ୍ଦ୍ର ଧିରଙ୍କୁ ଅଭିଯୋଗ ସତ୍ୱେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ । ଏଥିପ୍ରତି ସରକାର ନିତ୍ୟାନ୍ତ ଦୃଷ୍ଟି ଦେବା ସଙ୍ଗେ ସ୍ଥାନୀୟ ବିଧାୟକ ଓ ଜିଲ୍ଲପାଳ ତୁରନ୍ତ ପାନୀୟ ଜଳ ପୂର୍ବ ଭଳି ପାଣି ଯୋଗାଇ ଦେବା ପାଇଁ ସଧାରଣରେ ଦାବି ହେଉଛି ।