34.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶଭିଏନା ବିଶ୍ୱର ସବୁଠୁ ବାସୋପଯୋଗୀ ସହର: ଗ୍ଲୋବାଲ ଲିଭିଏବିଲିଟି ଇଣ୍ଡେକ୍ସ-୨୦୨୨

ଭିଏନା ବିଶ୍ୱର ସବୁଠୁ ବାସୋପଯୋଗୀ ସହର: ଗ୍ଲୋବାଲ ଲିଭିଏବିଲିଟି ଇଣ୍ଡେକ୍ସ-୨୦୨୨

ଲଣ୍ଡନ: ୟୁରୋପୀୟ ରାଷ୍ଟ୍ର ଅଷ୍ଟିଆର ରାଜଧାନୀ ଭିଏନା ବିଶ୍ୱର ସବୁଠାରୁ ବାସୋପଯୋଗୀ ସହରଭାବେ ମାନ୍ୟତାଲାଭ କରିଛି । ଚଳିତବର୍ଷ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୩ ମଧ୍ୟରେ ‘ଦି ଗ୍ଲୋବାଲ ଲିଭିଏବିଲିଟି ଇଣ୍ଡେକ୍ସ’ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । କୋଭିଡ୍ ପରବର୍ତ୍ତୀ ସମୟରେ ଭିଏନାରେ ପରିବେଶ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ବ୍ୟବସ୍ଥା ଯଥେଷ୍ଟ ଉନ୍ନତ ରହିଥିବାରୁ ଏଠାରେ ବାସ କରିବା ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି । ଇତିପୂର୍ବରୁ ୨୦୧୮ ଓ ୨୦୧୯ରେ ମଧ୍ୟ ଭିଏନା ତାଲିକାର ସର୍ବାଗ୍ରେ ସ୍ଥାନ ପାଇଥିଲା । ଭିଏନା ପଛକୁ ଡେନମାର୍କ ରାଜଧାନୀ କୋପେନ୍ ହେଗେନ୍ ଓ ସ୍ୱିଜରଲାଣ୍ଡର ଜୁରିକ୍ ସହର ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ତାଲିକାର ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ କାଲଗାରି (କାନାଡା), ଭାଙ୍କୋଭର (କାନାଡା), ଜେନିଭା (ସ୍ୱିଜରଲାଣ୍ଡ), ଫ୍ରାଙ୍କଫର୍ଟ (ଜର୍ମାନୀ), ଟରୋଣ୍ଟୋ (କାନାଡା), ଆମଷ୍ଟରଡାମ୍ (ହଲାଣ୍ଡ), ଓସାକା (ଜାପାନ) ଓ ମେଲବୋର୍ଣ୍ଣ (ଅଷ୍ଟ୍ରେଲିଆ) ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହିଥିବା ଜଣାପଡିଛି । ବାସ କରିବାକୁ ସିରିୟାର ରାଜଧାନୀ ଦାମାସ୍କସ୍ ସବୁଠାରୁ ନିକୃଷ୍ଟ ସହର ବୋଲି ରିପୋର୍ଟରୁ ଜଣାପଡିଛି । ଏହା ତାଲିକାର ସବୁଠାରୁ ନିମ୍ନରେ (୧୭୨ତମ) ସ୍ଥାନ ପାଇଛି ।

ତଳଆଡୁ ଦାମାସ୍କସ୍ ଉପରେ ଥିବା ୧୦ଟି ସହର ମଧ୍ୟରେ ତେହେରାନ (ଇରାନ), ଡୋୟାଲା (କାମେରୁନ), ହରାରେ (ଜିମ୍ବାୱେ), ଢାକା (ବାଂଲାଦେଶ), ପୋର୍ଟ ମୋରେସ୍‌ବି (ପାପୁଆ ନିଉଉ ଗିନି), ଆଲଜିୟର୍ସ (ଆଲଜେରିଆ), ତ୍ରିପୋଲି (ଲିବ୍ୟା) ଓ ଲାଗୋସ (ନାଇଜେରିଆ) ସ୍ଥାନିତ ହୋଇଛନ୍ତି । ଏହି ସହରଗୁଡିକ ଯଥାକ୍ରମେ ୧୬୩ରୁ ୧୭୧ ର‌୍ୟାଙ୍କରେ ରହିଛନ୍ତି । ସୂଚନାଯୋଗ୍ୟ ତାଲିକାର ଶ୍ରେଷ୍ଠ ୧୦ କିମ୍ବା ନିକୃଷ୍ଟ ୧୦ ତାଲିକାରେ ଭାରତର କୌଣସିି ସହର ସ୍ଥାନ ପାଇନାହିଁ । ଯୁଦ୍ଧରେ ଲିପ୍ତ ଥିବାରୁ ରୁଷ୍ ଓ ୟୁକ୍ରେନ୍‌ର ରାଜଧାନୀ ମସ୍କୋ ଓ କିଏଭ୍‌କୁ ସର୍ଭେରେ ସାମିଲ କରାଯାଇନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking