29.1 C
Bhubaneswar
Wednesday, May 21, 2025
Homeଓଡିଶାସୋର ଉପକାରାଗାରରେ କଏଦୀଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ

ସୋର ଉପକାରାଗାରରେ କଏଦୀଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ

ବାଲେଶ୍ୱର :  ସୋର ଉପକାରାଗାରରେ କଏଦୀମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ଏହି ଉପକାରାଗାରରେ ଥିବା ଜଣେ କଏଦୀ ହାତ ଯୋଡ଼ି ନିଜର ଦୁଃଖ ବଖାଣୁଥିବାବେଳେ ଉପକାରାଗାରର ସମସ୍ତ ଗୁମରକୁ ପଦାରେ ପଡ଼ିଯାଇଛି । ଏପରିକି କିଛି ଦିନ ପୂର୍ବରୁ ଭଦ୍ରକ କାରାଗାରରୁ ଜଣେ କଏଦୀଙ୍କୁ ସୋର ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲାବେଳେ ତାର ମୃତ୍ୟୁରହସ୍ୟ ମଧ୍ୟ ସେ ଖୋଲି ଦେଇଛନ୍ତି । ସମ୍ପୃକ୍ତ କଏଦୀଙ୍କର ବକ୍ତବ୍ୟ ଯଦି ସତ ହୋଇଥାଏ ତାହା ହେଲେ ନିଶ୍ଚିତ ଭାବରେ ଏହା ସାଂଘାତିକ । ତେବେ ଏଠାରେ ପ୍ରଶ୍ନଉଠେ ଏହି ଉପକାରାଗାର ମଧ୍ୟକୁ ମୋବାଇଲ ଆସିଲା କିପରି? କଏଦୀ ଜଣକ ଉପକାରାଗାର ଭିତରୁ ଥାଇ ନିଜର ଲୋମ ଟାଙ୍କୁରା ନିର୍ଯାତନାର କାହାଣୀ ବଖାଣୁଥିଲାବେଳେ ମାଡ଼ ହୋଇଥିବାରୁ ଶରୀରର ବିଭିନ୍ନ ସ୍ଥାନରେ ଥିବା ମାଡ଼ର ଚିହ୍ନ ଦେଖାଯିବା ଦ୍ୱାରା ସୋର ଉପକାରାଗାରରେରେ ଯେ କଏଦୀମାନେ ଆଦୌ ସୁରକ୍ଷିତ ନୁହଁନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଛି । ଯାହା ଫଳରେ ସୋର ଉପକାରଗାରଟି ବିବାଦର ଘେର ମଧ୍ୟକୁ ଆସିଛି ।

ଭାଇରାଲ ହୋଇଥିବା ଭିଡିଓରେ ବିଚାରାଧିନ କଏଦୀ ଜଣକ ସ୍ପଷ୍ଟ ଭାବରେ ନିର୍ଯାତନାର ଶିକାର ହୋଇଥିବା ସମ୍ପର୍କରେ ବର୍ଣ୍ଣନା କରୁଥିଲାବେଳେ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଖାଇବାକୁ ଦିଆଯାଉନଥିବା କହିଛନ୍ତି । ତାଙ୍କ ସୂଚନାନୁସାରେ ଉପକାରଗାରର ଅଧିକାରୀ କଏଦୀମାନଙ୍କୁ ଟଙ୍କା ମାଗିବା ସହିତ ଅନ୍ୟ ଜଣେ ବିଚାରାଧୀନ ଶଶି ନାମକ କଏଦୀଙ୍କ ସହାୟତାରେ ବିଭିନ୍ନ ପ୍ରକାର ନିଶା କାରବାର ଆଦି କରାଯାଉଥିବା ପ୍ରକାଶ କରିଛନ୍ତି । ଖୋଦ୍ ଅଭିଯୋଗକାରୀ ଜଣକ ମଧ୍ୟ ୩୦ ହଜାର ଟଙ୍କା ଦେଇଥିବାର ଏହି ଭିଡିଓରେ ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ କିଛି ଦିନ ପୂର୍ବରୁ ଏହି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଆତ୍ମହତ୍ୟା ରୂପ ଦିଆଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିଲା ।

କିନ୍ତୁ ମୃତ୍ୟୁବରଣ କରିଥିବା କଏଦୀଙ୍କୁ ପିଟିପିଟି ମାରି ଦିଆଯାଇଥିଲା ବୋଲି ଅଭିଯୋଗକାରୀ କଏଦୀ ଜଣକ ନିଜ ଦ୍ୱାରା ଜାରି ହୋଇଥିବା ଭିଡିଓରେ ପ୍ରକାଶ କରିଛି । ଏହାକୁ ସ୍ୱଚକ୍ଷୁରେ କଏଦୀମାନେ ଦେଖିଥିବାର ମଧ୍ୟ ସେ ପ୍ରକାଶ କରିଛନ୍ତି । ସବ୍‌ଜେଲର ପ୍ରିୟମ୍ବଦା ପଣ୍ଡାଙ୍କ ସମୟରେ ଏହି ଉପକାରାଗାରରେ ବିଭିନ୍ନ ପ୍ରକାର ଅଘଟଣମାନ ଘଟିଥିବାର କଏଦୀ ଜଣକ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସବଜେଲର ପ୍ରିୟମ୍ବଦା ପଣ୍ଡାଙ୍କ ମତାମତ ମିଳିପାରିନାହିଁ । ଉକ୍ତ ଉପକାରାଗାରରେ ଘଟୁଥିବା ବିଶୃଙ୍ଖଳା, କଏଦୀମାନଙ୍କୁ ନିର୍ଯାତନା ଦେବା, ନିମ୍ନମାନର ଖାଦ୍ୟ ଦେବା ଓ ସର୍ବୋପରି ସବଜେଲର କଏଦୀମାନଙ୍କଠାରୁ ଅର୍ଥନେବା ଓ ନିଜର ମାନବିକତାକୁ ବଳି ପକାଇ କଏଦୀମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗର ସତ୍ୟତାକୁ ନେଇ ଏକ ନିରପେକ୍ଷ ତଦନ୍ତର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking