30.1 C
Bhubaneswar
Saturday, May 4, 2024
Homeମନୋରଞ୍ଜନ୭୬ ବର୍ଷରେ ଚାଲିଗଲେ ଭେଟେରାନ ଅଭିନେତ୍ରୀ ଜୟନ୍ତୀ

୭୬ ବର୍ଷରେ ଚାଲିଗଲେ ଭେଟେରାନ ଅଭିନେତ୍ରୀ ଜୟନ୍ତୀ

ନୂଆଦିଲ୍ଲୀ : ୭୬ ବର୍ଷ ବୟସରେ ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି। କନ୍ନଡ ବ୍ୟତୀତ ଜୟନ୍ତୀ ତାଙ୍କ କ୍ୟାରିୟରରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭାଷାରେ ଫିଲ୍ମ କରିଥିଲେ। ହିନ୍ଦୀରେ ସେ ଷାଠିଏ ଦଶକରେ ‘ତିନ ବହୁରାନିଆ’, ‘ତୁମସେ ଆଛା କୌନ ହେ’ ଏବଂ ‘ଗୁଣ୍ଡା’ରେ କାମ କରିଥିଲେ। ଜୟନ୍ତୀ ପାଞ୍ଚ ଶହରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଜୟନ୍ତୀ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତିନି ଦଶନ୍ଧି ଧରି କାର୍ଯ୍ୟ କରିଥିଲେ । ସେ 1970 ରୁ 1990 ଦଶକ ମଧ୍ୟରେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିଲେ |

ଅଭିନୟରେ ଜୟନ୍ତୀଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ଅଭିନୟ ଶାରଦେ ବା ଅଭିନୟର ଦେବୀ କୁହାଯାଉଥିଲା। ୧୯୬୦ ରୁ ୮୦ ଦଶକ ପର୍ଯ୍ୟନ୍ତ ସେ ୫୦୦ ରୁ ଅଧିକ ଫିଲ୍ମରେ କାମ କରିଥିଲେ। ସେ ସାତଥର କର୍ଣ୍ଣାଟକ ରାଜ୍ୟ ଫିଲ୍ମ ପୁରସ୍କାର ଏବଂ ଦୁଇଥର ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ତାଙ୍କ ମୃତ୍ୟୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏକ ଟୁଇଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ‘କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ଅପୂରଣୀୟ କ୍ଷତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking