25.5 C
Bhubaneswar
Friday, March 28, 2025
Homeଓଡିଶାପାରିଷଦ ମାନଙ୍କ ଦସ୍ତଖତ ଯାଞ୍ଚ: ବ୍ୟାସନଗର ପୌରପରିଷଦ ଅନାସ୍ଥା ପ୍ରକ୍ରିୟା ଆରମ୍ଭ 

ପାରିଷଦ ମାନଙ୍କ ଦସ୍ତଖତ ଯାଞ୍ଚ: ବ୍ୟାସନଗର ପୌରପରିଷଦ ଅନାସ୍ଥା ପ୍ରକ୍ରିୟା ଆରମ୍ଭ 

ଯାଜପୁର: ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ କଳିଙ୍ଗନଗର ଅତରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କ ପ୍ରକୋଷ୍ଠରେ ପାରିଷଦ ମାନଙ୍କ ଦସ୍ତଖତ ଯାଞ୍ଚ କରିଛନ୍ତି | ଅତିରିକ୍ତ ଜିଲାପାଳ ନନ୍ଦ ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ୧୧ ଜଣ ପାରିଷଦଙ୍କ ଦସ୍ତଖତକୁ ଟିକନୀଖ ଭାବେ ନିରକ୍ଷଣ କରି ଯାଞ୍ଚ ପରେ ଯାଜପୁର ଜିଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ନିକଟକୁ ପଠାଇଛନ୍ତି |
ସୂଚନା ଯୋଗ୍ୟଯେ ବ୍ୟାସନଗର ପୌର ପରିଷଦର ଗତ ୬ ତାରିଖରେ ୧୧ ଜଣ ପାରିଷଦ ପୌରାଧ୍ୟାକ୍ଷା ପିଙ୍ଗୁଆଙ୍କ ବିରୁଦ୍ଧରେ ଜିଲାପାଳ ଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ | ଜିଲାପାଳ ପି ଅନ୍ଵେଷା ରେଡ୍ଡୀ ଅନାସ୍ଥା ପ୍ରସ୍ତାବ କୁ ଗ୍ରହଣ କରି ପାରିଷଦ ମାନଙ୍କର ଦସ୍ତଖତ ଯାଞ୍ଚ କରିବା ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କୁ ନିର୍ଦ୍ଧେଶ ଦେଇଥିଲେ | ଅତିରିକ୍ତ ଜିଲାପାଳ ଏ ସମ୍ପର୍କରେ କାଉନସିଲର ମାନଙ୍କୁ ଚିଠ ମାଧ୍ୟମରେ ସୋମବାର ଅବଗତ କରିଥିଲେ | ଅନାସ୍ଥାରେ ଦସ୍ତଖତ କରିଥିବା ୧୧ ଜଣ କାଉନସିଲର ମଙ୍ଗଳବାର ଦିବା ୧ ଘଟିକା ନିର୍ଦ୍ଧିଷ୍ଟ ସମୟରେ ଅତିରିକ୍ତ ଜିଲାପାଳଙ୍କ ପ୍ରକୋଷ୍ଠରେ ଉପସ୍ଥିତ ହୋଇ ଦସ୍ତଖତ ଯାଞ୍ଚରେ ସହଯୋଗ କରିଥିଲେ |  ଏହି ସମୟରେ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳଙ୍କ ସହ ବିଜେଡିର  ପାର୍ଥସାରଥୀ ନାୟକ, ଅଶୋକ କୁମାର ରାଉତ, ବିଜୟ କୁମାର ଜେନା, ମନୀନ୍ଦ୍ର ସାହୁ, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡା, ଉର୍ମିଳା ପରିଡା, ରଶ୍ମିତା ଖୁଣ୍ଟିଆ, ସରୋଜିନୀ ସେଠି, କୁମୁଦିନୀ ରାଉତ ପ୍ରମୁଖ ଯାଞ୍ଚରେ ସାମିଲ ହୋଇଥିଲେ | ଜିଲାପାଳ ଏସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପାରିଷଦ ମାନେ ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking