28.3 C
Bhubaneswar
Friday, May 16, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଟିକା ପରିବହନରେ ପ୍ରଭାବ ପଡ଼ିବନି

ଟିକା ପରିବହନରେ ପ୍ରଭାବ ପଡ଼ିବନି

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପାଇଁ ଟିକା (କୋଭିଡ୍ ତଥା ଅନ୍ୟାନ୍ୟ ଟିକା) ପରିବହନରେ ବ୍ୟାଘାତ ସୃଷ୍ଟି ହେବ ନାହିଁ । ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ ଏକ ଟିପ୍ପଣୀ ଦେଇ ଏହି ସୂଚନା ଦେଇଛି । ତେବେ ଯୁଦ୍ଧ ଯୋଗୁ ରୁଷ୍‌ରେ ମ୍ୟାକ୍‌ଡୋନାଲ୍ଡ, ମାଇକ୍ରୋସଫ୍ଟ, କୋକାକୋଲା ଓ ଷ୍ଟାର୍‌ବକ୍‌ସ ଭଳି କେତେକ ପାଶ୍ଚାତ୍ୟ କମ୍ପାନୀ ନିଜର ବ୍ୟବସାୟ ସାମୟିକ ଭାବେ ବନ୍ଦ କରିଛନ୍ତି । କିନ୍ତୁ ଭାରତ ବାୟୋଟେକ୍ ପକ୍ଷରୁ ଟିକା ପରିବହନ ତଥା ବ୍ୟବସାୟ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ତେବେ ରୁଷ୍‌ରେ ଥିବା କିଛି ଭାରତୀୟ ମେଡିସିନ୍ କମ୍ପାନୀ ରପ୍ତାନୀ ତଥା ବ୍ୟବସାୟ କ୍ଷେତ୍ରରେ ଏପ୍ରିଲ୍ ଏବଂ ଡିସେମ୍ବର୍‌ରେ ରୁଷ୍‌କୁ ୩୮୬ ମିଲିୟନ୍ ଡଲାର୍ ଅର୍ଥାତ୍ ୧୫%ର ଲାଭାଂଶ ଯୋଗାଇଛନ୍ତି । ଡକ୍ଟର୍ ରେଡ୍ଡୀ ଲାବରୋଟୋରୀ କହିଛି ଯେ, ଯୁଦ୍ଧ ସହ ଆମର କୌଣସି ସମ୍ପର୍କ ନାହିଁ ଏହା କେବଳ ବ୍ୟାପାର ସମ୍ବନ୍ଧୀୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking