30.1 C
Bhubaneswar
Friday, May 3, 2024
Homeଓଡିଶାବାଧକ ସାଜିଛି ଟିକା ସଙ୍କଟ : ଆଜି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ବାଧକ ସାଜିଛି ଟିକା ସଙ୍କଟ : ଆଜି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର:  କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଥିବାବେଳେ ଟିକା ଅଭାବ ଏଥିରେ ବାଧକ ସାଜିଛି । ରାଜ୍ୟରେ ଟିକା ସଙ୍କଟ ଜାରି ରହିଛି । ପର୍ଯ୍ୟାପ୍ତ ପରିମାଣରେ ଟିକା ଓଡ଼ିଶା ଆସିପାରୁ ନଥିବାବେଳେ ଟିକାକରଣ ବାଧାପ୍ରାପ୍ତ ହେଉଛି । ବର୍ତ୍ତମାନ ରାଜ୍ୟର କିଛି ମହାନଗର ନିଗମକୁ ଛାଡ଼ିଦେଲେ ବାକି ସବୁଠି କୋଭିସିଲ୍ଡ ଟିକାର ବ୍ୟବହାର ହେଉଛି । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ମିଳୁନାହିଁ । ସାଢ଼େ ୪ କୋଟି ଜନସଂଖାରୁ ଏବେ ସୁଦ୍ଧା ମୋଟ ୧,୩୨,୭୨,୬୩୮ ଲୋକ ଟିକା ନେଇଛନ୍ତି । ଆହୁରି ୩ କୋଟିରୁ ଊର୍ଦ୍ଧ୍ୱ ଲୋକ ଟିକା ନେବାକୁ ଥିବାବେଳେ କେନ୍ଦ୍ର ପକ୍ଷରୁ ପର୍ଯ୍ୟାପ୍ତ ଟିକା ନ ଆସିବା ବଡ଼ ସମସ୍ୟା ହୋଇଛି । ରାଜ୍ୟର ୧୬ଶହରୁ ଊର୍ଦ୍ଧ୍ୱ ଟିକାକେନ୍ଦ୍ରରେ ଏବେ ଟିକାକରଣ କରାଯାଉଛି ।

ହେଲେ ଏବେ କୋଭିସିଲ୍ଡ ଟିକାନଥିବା କାରଣରୁ ଅଧିକାଂଶ ଜିଲ୍ଲାରେ ଟିକାକରଣ ବ୍ୟାହତ ହୋଇଛି । ଆଜି ରାଜ୍ୟର ୧୦ ଜିଲ୍ଲାରେ ଟିକାକରଣ କରାଯିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନାଗିରି, ନୟାଗଡ଼, ନୂଆପଡ଼ା ଓ ସୋନପୁରରେ ଆଜି ଟିକାକରଣ ହେବ ନାହିଁ । ରାଜ୍ୟରେ ଟିକା ଅଭାବ ଯୋଗୁ ଟିକାକରଣରେ ବାଧା ସୃଷ୍ଟି ହେଉଛି । ଦୈନିକ ୩ଲକ୍ଷ ଟିକାକଣ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏବେ ଲକ୍ଷେ ଟପୁନି ଟିକାଦାନ । ଶୁକ୍ରବାର ରାଜ୍ୟର ୫୪୫ କେନ୍ଦ୍ରରେ ୯୩,୩୩୪ ଡୋଜ୍ ଟିକାକରଣ ହୋଇଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଟିକାକରଣ ୧,୩୨,୭୨,୬୩୮ରେ ପହଞ୍ôଚଛି । ଟିକା ଅଭାବ ଯୋଗୁ ଶନିବାର ମାତ୍ର ୩୦୮ଟି କେନ୍ଦ୍ରରେ ଟିକାକରଣ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ୧୮ରୁ ୪୪ ବର୍ଷ ବର୍ଗରେ ସର୍ବାଧିକ ୪୧୬୩୬ ଜଣଙ୍କୁ ପ୍ରଥମ ଡୋଜ୍‌ର ଟିକା ମିଳିଥିବାବେଳେ ୪୫ରୁ ଊର୍ଦ୍ଧ୍ୱ ବର୍ଗରେ ଦ୍ୱିତୀୟ ସର୍ବାଧିକ ୩୫୮୪୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ର ଟିକା ମିଳିଛି । ଏହାବାଦ୍ ୧୧୬୭୩ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କୁ ପ୍ରଥମ ଡୋଜ୍‌, ୩୪୨୧ ଜଣ ୧୮ରୁ ୪୪ ବର୍ଗରେ ଦ୍ୱିତୀୟ ଡୋଜ୍‌ର ଟିକା ନେଇଛନ୍ତି । ସେହିପରି ୪ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ର ଟିକା ଦିଆଯାଇଥିବାବେଳେ ୫୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଓ ୬୪ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ମିଳିଥିବାବେଳେ ୬୪୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ର ଟିକା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking