30.1 C
Bhubaneswar
Wednesday, April 24, 2024
Homeଓଡିଶାଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ: ଆଜିଠାରୁ ସ୍ଲଟ୍ ବୁକିଂ, ୧୩ରୁ ଟେଷ୍ଟ

ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ: ଆଜିଠାରୁ ସ୍ଲଟ୍ ବୁକିଂ, ୧୩ରୁ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଡିଏଲ୍ ଟେଷ୍ଟିଂ । କରୋନା ପରିସ୍ଥିତିରେ ସୁଧାର ଆସିବା ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେବଳ ‘ବି’କାଟେଗୋରୀ ଜିଲ୍ଲାରେ (ପୁରୀ ବ୍ୟତୀତ) ଏହି ଡିଏଲ୍ ଟେଷ୍ଟିଂକୁ ଅନୁମତି ଦିଆଯାଇଛି ।  କୋଭିଡ୍ କଟକଣା ପାଇଁ ‘ବି’ କାଟେଗୋରୀରେ ଥିବା ୯ଟି ଜିଲ୍ଲାରେ ଆଜି ଠାରୁ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ । କେବଳ ପୁରୀ ଜିଲ୍ଲାକୁ ବାଦ୍ ଦେଇ ‘ବି’ କାଟେଗୋରୀଭୁକ୍ତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ଆସନ୍ତାକାଲି ସକାଳ ୧୧ଟାରୁ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍କିଲ୍ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ । ୧୪ ତାରିଖରୁ ପୁରୀରେ ଏହି ଟେଷ୍ଟିଂ ଆରମ୍ଭ ହେବ । ଆସନ୍ତା ୧୨ ତାରିଖରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଡିଏଲ୍ ଟେଷ୍ଟିଂକୁ ସ୍ଥଗିତ ରଖାଯାଇଛି ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ପ୍ରକ୍ରିୟା ଗତ ଜୁନ୍ ୨୧ ଓ ଜୁଲାଇ ୫ତାରିଖରୁ ଆରମ୍ଭ ହୋଇଛି । ସେହିପରି ପୁରୀ ଜିଲ୍ଲା ପାଇଁ ଜୁଲାଇ ୧୩ତାରିଖ ସକାଳ ୧୧ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇପାରିବ । ତା’ପରଠୁ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଡ୍ରାଇଭିଂ ସ୍କିଲ୍ ଟେଷ୍ଟ ନିମନ୍ତେ ସ୍ଲଟ ବୁକିଂ କରାଯାଇପାରିବ । ଯେଉଁମାନେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ହିଁ ଏହି ସ୍ଲଟ ବୁକିଂ କରିପାରିବେ । ଡ୍ରାଇଭିଂ ନବୀକରଣ ପାଇଁ ପୁନଃ ଟେଷ୍ଟ ନିମନ୍ତେ ଅନୁମତି ଦିଆଯିବ । ଆବେଦନକାରୀମାନେ ଟେଷ୍ଟ ସେଣ୍ଟରକୁ ଯିବାବେଳେ ସାଙ୍ଗରେ ନିଜର ବନ୍ଧୁ କିମ୍ବା ସାଙ୍ଗସାଥୀଙ୍କୁ ନଆଣିବା ତଥା କୋଭିଡ୍ ନିୟମ ମାନି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ ନିମନ୍ତେ ଅନୁମତି ମିଳିବ ନାହିଁ ।

ସମସ୍ତ ଜିଲ୍ଲାରେ ଲର୍ଣ୍ଣିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ ଓ ସ୍ଲଟ ବୁକିଂ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ । ସେହିପରି ନୂଆ ଲର୍ଣ୍ଣିଂ ଲାଇସେନ୍ସ, ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କେବେ ଗ୍ରହଣ କରାଯିବ ସେନେଇ ମଧ୍ୟ ପରବର୍ତ୍ତୀ ସମୟରେ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସୂଚିତ କରାଯିବ । ବାହାନ ସର୍ଭିସ, ଡିଏଲ୍ , ଫିଟନେସ ଟେଷ୍ଟ ଆଦି ସେବା ମଧ୍ୟ ଜୁଲାଇ ୧୩ତାରିଖରୁ ଉପରୋକ୍ତ ‘ବି’ କାଟେଗୋରୀ ଜିଲ୍ଲାରେ ଉପଲବ୍ଧ ହେବ । ଆବେଦନକାରୀମାନଙ୍କୁ ନିଜର ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ସମ୍ପର୍କରେ ଯାଞ୍ଚ ପାଇଁ ଆରଟିଓ ଅଫିସକୁ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking