31.1 C
Bhubaneswar
Friday, March 29, 2024
Homeଓଡିଶାଅବସର ନେଲେ  ଜଷ୍ଟିସ୍ ସଞ୍ଜୁ ପଣ୍ଡା

ଅବସର ନେଲେ  ଜଷ୍ଟିସ୍ ସଞ୍ଜୁ ପଣ୍ଡା

କଟକ:  ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୁ ପଣ୍ଡା ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ହାଇକୋର୍ଟ ବାର୍ ଆସୋସିଏସନ୍ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ହାଇକୋର୍ଟ ବାର୍ ଆସୋସିଏସନ୍‌ର ସମ୍ପାଦକ ଡ. ଜିତେନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ, ବାର୍ ଆସୋସିଏସନ୍ ସଭାପତି ଜଗବନ୍ଧୁ ସାହୁଙ୍କ ସମେତ ବାର୍‌ର କର୍ମକର୍ତ୍ତା ଓ ଆଇନଜୀବୀମାନେ  ଯୋଗ ଦେଇଥିଲେ । ସୂଚନା ଥାଉକି ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡା ୧୯୫୯ ମସିହା ଜୁଲାଇ ୧୦ ତାରିଖରେ ପାରଳାଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଗତ ଗୌରହରି ପଣ୍ଡା  ଥିଲେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ । ସେ ବି.ଏ ପାଶ୍ କରିବା ପରେ ଆଇନ ପାଠ୍ୟକ୍ରମରେ ନାମ ଲେଖାଇଥିଲେ ।

ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ୧୯୮୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଓକିଲାତି କରିବା ନିମନ୍ତେ ନାମ ପଞ୍ଜିକରଣ କରିଥିଲେ । ପଢାପଢିରେ ଅଭ୍ୟାସ ରଖିଥିବା କୁମାର ପଣ୍ଡା ଦେୱାନୀ, ସର୍ଭିସ୍‌, ଫୌଜଦାରୀ, କମ୍ପାନୀ, ସାମ୍ବିଧାନିକ ମାମଲାରେ ବେଶ୍ ଦକ୍ଷ ଥିଲେ । ସେ ଓଡିଶା ହାଇକୋର୍ଟରେ ତାଙ୍କ ପିତାଙ୍କ ଅଧିନରେ ଓକିଲାତି ଆରମ୍ଭ କରିଥିଲେ । ସେ ୧୯୯୪ରୁ ୧୯୯୫ ମସିହା ପର୍ଯ୍ୟନ୍ତ ଅତିରିକ୍ତ ସରକାରୀ ଓକିଲଭାବେ କାର୍ଯ୍ୟ କରିଥିଲେ ।

୨୦୦୭ ମାର୍ଚ୍ଚ ୧ ତାରିଖରେ ସେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଥିଲେ ।   ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀଙ୍କ ଅବସରରେ ପରେ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ  ଗତ ୨୦୨୦ ଜାନୁୟାରୀ ୫ ତାରିଖରେ  ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି  ଦାୟିତ୍ୱ ମିଳିଥିଲା । ଏ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ସେ ୨୦୨୧ ଏପ୍ରିଲ୍ ୩ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ  ଆଇନ ପାଠ୍ୟକ୍ରମରେ ମଧ୍ୟ ଡକ୍ଟରେଟ୍ ଲାଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking