27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଉତ୍ତରକାଶୀ ଟନେଲ୍ ଦୁର୍ଘଟଣା; ପୁଣି ଅଟକିଲା ଡ୍ରିଲିଂ କାର୍ଯ୍ୟ ୧୩ ଦିନ ଧରି ଫସି ରହିଛି...

ଉତ୍ତରକାଶୀ ଟନେଲ୍ ଦୁର୍ଘଟଣା; ପୁଣି ଅଟକିଲା ଡ୍ରିଲିଂ କାର୍ଯ୍ୟ ୧୩ ଦିନ ଧରି ଫସି ରହିଛି ୪୧ ଜୀବନ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲକିଆରା ଟନେଲ୍‌ରେ ଅତଡ଼ା ଧସିବା ଯୋଗୁଁ ୧୩ ଧରି ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଶୁକ୍ରବାର ପୁଣିଥରେ ବାଧା ଦେଖାଦେଇଛି । ଆମେରିକୀୟ ଅଗର୍ ଡ୍ରିଲିଂ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାର ଡ୍ରିଲିଂ କାର୍ଯ୍ୟ ବନ୍ଦ ରହିଛି । ଅଧିକାରୀମାନେ କହିିଛନ୍ତି ଯେ ଶୁକ୍ରବାର ଡ୍ରିଲିଂ କାର୍ଯ୍ୟ ଆରମ୍ଭର କିଛି ସମୟ ପରେ ଅଗର ଡ୍ରିଲିଂ ମେସିନ୍ ଏକ ପ୍ରତିବନ୍ଧକ, ସମ୍ଭବତଃ ଏକ ଧାତବ ବସ୍ତୁର ସମ୍ମୁଖୀନ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଖନନ କାର୍ଯ୍ୟ ଗୁରୁବାର ସାମୟିକ ଭାବେ ବନ୍ଦ ରହିବାର ଗୋଟିଏ ଦିନ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ଅଗର୍ ମେସିନ୍‌ରେ ଦେଖା ଦେଇଥିବା ତ୍ରୁଟି ସଜଡ଼ା ଯିବାପରେ ଆସନ୍ତାକାଲି ଭୋର୍ ସୁଦ୍ଧା ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଥିଲା ।
ପୂର୍ବରୁ ଦେଖା ଦେଇଥିବା ବୈଷୟିକ ସମସ୍ୟାର ସମାଧାନ ହୋଇଥିଲେ ମଧ୍ୟ ନୂଆ ପ୍ରତିବନ୍ଧକକୁ ସାମ୍ନା କରିବା ପରେ ପୁଣି ଥରେ ୨୫ ଟନ୍ ଓଜନ ବିଶିଷ୍ଟ ଅଗର୍‌୍ ମେସିନ୍‌କୁ ବନ୍ଦ କରିବାକୁ ପଡ଼ିଛି । ଦୁଇଦିନ ମଧ୍ୟରେ ଉଦ୍ଧାର କାର୍ଯ୍ୟରେ ଏହା ଦ୍ୱିତୀୟ ଝଟ୍‌କା । ନଭେମ୍ବର ୧୨ ରେ ଉତ୍ତରାଖଣ୍ଡର ଚାର ଧାମ ମାର୍ଗରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଏକାଧିକ ଏଜେନ୍ସିକୁ ନେଇ ମିଳିତ ଉଦ୍ଧାର ଉଦ୍ୟମ ଆରମ୍ଭ ହୋଇଥିଲା । ଉଦ୍ଧାରକାରୀ କର୍ମଚାରୀମାନେ କହିଥିଲେ ଯେ ଡ୍ରିଲ୍ ବିଟ୍ ପୂର୍ବରୁ ବୋର୍ ହୋଇଥିବା ରାସ୍ତା ଦେଇ ପ୍ରତ୍ୟାହାର କରି ନିଆଯାଇଥିଲା । ଫସି ରହିଥିବା ବ୍ୟକ୍ତିଙ୍କୁ ବାହାର କରିବା ପାଇଁ ବୋରିଂ ଭିତରେ ଷ୍ଟିଲ୍ ପାଇପ୍ ଭର୍ତ୍ତି କରାଯାଇଥିଲା । ପୂର୍ବାହ୍ନରେ ପ୍ରକାଶିତ ରିପୋର୍ଟ ଅନୁୟାୟୀ, ସୁଡ଼ଙ୍ଗକୁ ଅବରୋଧ କରୁଥିବା ଆନୁମାନିକ ୫୭ ମିଟରରୁ ୪୮.୬ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କାର୍ଯ୍ୟ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking