27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଦାନୀ-ହିଣ୍ଡେନ୍‌ବର୍ଗ ମାମଲା; ସୁପ୍ରିମ୍‌କୋର୍ଟରେ ରାୟ ସଂରକ୍ଷିତ

ଅଦାନୀ-ହିଣ୍ଡେନ୍‌ବର୍ଗ ମାମଲା; ସୁପ୍ରିମ୍‌କୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଅଦାନୀ-ହିଣ୍ଡେନ୍‌ବର୍ଗ ମାମଲାରେ ସୁପ୍ରିମ୍‌କୋର୍ଟ ଶୁକ୍ରବାର ରାୟ ସଂରକ୍ଷିତ ରଖିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ୍ ମାମଲାର ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ପକ୍ଷଙ୍କୁ ଲିଖିତ ଡକ୍ୟୁମେଣ୍ଟ୍ ପ୍ରଦାନ କରିବାକୁ କହିଛନ୍ତି । ସିଜେଆଇ କହିଛନ୍ତି, ଆମେରିକୀୟ କମ୍ପାନୀ ହିଣ୍ଡେନ୍‌ବର୍ଗର ରିପୋର୍ଟକୁ ତଥ୍ୟାତ୍ମକ ରୂପେ ଠିକ୍ ବୋଲି ଭାବିବାର ଆବଶ୍ୟକତା ନାହିଁ । ଡିଣ୍ଡେନ୍‌ବର୍ଗ ଏଠାରେ ଉପସ୍ଥିତ ନଥିବାରୁ ଆମେ ସେବିକୁ ଯାଞ୍ଚ୍ କରିବାକୁ କହିଛୁ । ସେବି ଆଠମାସ ଧରି ମାମଲାର ଯାଞ୍ଚ ଚଳାଇଛି । ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଅଦାନୀ ଗ୍ରୁପ୍ ବିରୋଧରେ ମନି ଲଣ୍ଡରିଂରୁ ଆରମ୍ଭ କରି ଶେୟାର୍ ମାନିପୁଲେସନ୍ ପରି ଅଭିଯୋଗ କରିଥିଲା । ମାମଲାର ଯାଞ୍ଚ୍ ପାଇଁ ସୁପ୍ରିମ୍‌କୋର୍ଟ ଏକ ଛଅଜଣିଆ କମିଟି ଗଠନ କରିଥିଲେ । ଏହା ବ୍ୟତୀତ ମାର୍କେଟ୍ ରେଗୁଲେଟର୍ ସେବିକୁ ମଧ୍ୟ ଯାଞ୍ଚ୍ ପାଇଁ କହିଥିଲେ । ମାତ୍ର ସେବି ଏପର୍ଯ୍ୟନ୍ତ ରିପୋର୍ଟ ପ୍ରଦାନ କରିପାରି ନାହିଁ । ଏହାକୁ ନେଇ ସେବି ବିରୋଧରେ ଏକ ଅବମାନନା ମାମଲା ମଧ୍ୟ ରୁଜୁ ହୋଇଥିଲା ।
ହିଣ୍ଡେନ୍‌ବର୍ଗ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଗୌତମ ଅଦାନୀଙ୍କ ଭାଇ ବିନୋଦ ଅଦାନୀ ବିଦେଶରେ କେତେକ ସେଲ୍ କମ୍ପାନୀ ଚଳାଉଛନ୍ତି । ଏହି କମ୍ପାନୀଗୁଡ଼ିକ ଜରିଆରେ ଭାରତରେ ଅଦାନୀ ଗ୍ରୁପ୍‌ର ଲିଷ୍ଟେଡ୍ ଏବଂ ପ୍ରାଇଭେଟ୍ କମ୍ପାନୀକୁ କୋଟି କୋଟି ଡଲାର୍ ଟ୍ରାନ୍ସଫର୍ କରାଯାଇଛି । ଏହାଦ୍ୱାରା ଅଦାନୀ ଗ୍ରୁପ୍‌କୁ ଆଇନରୁ ବର୍ତ୍ତିବା ପାଇଁ ସହାୟତା ମିଳିଛି । ଅନ୍ୟପକ୍ଷରେ କୋର୍ଟ କମିଟି ମାମଲାର ଯାଞ୍ଚ୍ ରିପୋର୍ଟ ୨୦୨୩ ମେ ୧୯ରେ ସାର୍ବଜନୀନ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking