28.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରାଥମିକ ଶିକ୍ଷକ ମହାସଂଘ ସହ ମିଶିଲା ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ

ପ୍ରାଥମିକ ଶିକ୍ଷକ ମହାସଂଘ ସହ ମିଶିଲା ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌(ମହାସଂଘ)ରୁ ଅଲଗା ହୋଇ ୨୦୧୪ରେ ଗଠନ ହୋଇଥିବା ନିଖିଳ ଉତ୍କଳ ପ୍ରାଥମିକ (ସିଟି) ଶିକ୍ଷକ ସଂଘ ପୁନଶ୍ଚ ଫେଡେରେସନ୍ ସହ ସାମିଲ୍ ହୋଇଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ସିଟି ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ଏଣିକି ଫେଡେରେସନ୍ କ୍ୟାଡ୍‌ର ରୁଲ୍ ଅନୁଯାୟୀ କାର୍ଯ୍ୟ କରିବେ । ଉଭୟ ସଂଘଠନ ପକ୍ଷରୁ ଆୟୋଜିତ ମିଳିତ ବୈଠକରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ହୋଇଛି । ସଂଗଠନର ସ୍ଥାୟୀ ସଭାପତି ହୃଦାନନ୍ଦ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ମିଳିତ ବୈଠକରେ ସଭାପତି ଓ ମହାସଚିବଙ୍କ ସହିତ ରାଜ୍ୟର ସମସ୍ତ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ନିଖିଳ ଉତ୍କଳ ପ୍ରାଥମିକ ସିଟି ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ସାହୁ ଘୋଷଣା କରିଥିଲେ ଯେ, ୨୦୧୪ରୁ ଅଲଗା ହୋଇଥିବା ସଂଘ ଏଣିକି ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ସହିତ କାର୍ଯ୍ୟ କରିବ । ଏହା ସହିତ ମହାସଂଘର କ୍ୟାଡ଼୍‌ର ରୁଲ୍ ଅନୁସାରେ ରାଜ୍ୟର ସମସ୍ତ କର୍ମକର୍ତ୍ତା ନିସର୍ତ୍ତରେ କାର୍ଯ୍ୟ କରିବେ । ସେହିପରି ନିଖିଳ ଉତ୍କଳ ପ୍ରାଥମିକ (ସିଟି) ଶିକ୍ଷକ ଫେଡେରେସନ୍ ସହ ମିଶିଯିବା ନେଇ ମଧ୍ୟ ଘୋଷଣା କରିଥିଲେ । ଭୁବନେଶ୍ୱର ସ୍ଥିତ ମହାସଂଘର ରାଜ୍ୟ କାର୍ଯ୍ୟାଳୟ ପରିସରରେ ବୈଠକ ଆୟୋଜିତ ହୋଇଥିବାବେଳ ଉକ୍ତ ବୈଠକରେ ମହାସିଚିବ ଅମୀୟ କୁମାର ଦାଶ, ବିଜୟ କୁମାର ବିଶୋଇ, ଡି. ରାମାରାଓ, ଉପସଭାପତି ସଙ୍ଗୀତା ଦାଶ, ବିଜୟ କୁମାର ମହାନ୍ତି, ସଂଯୋଜିକା ଚାରୁଲତା ମହାପାତ୍ର, ପ୍ରଦୀପ କୁମାର ସାହୁଙ୍କ ସମେତ ସଂଗଠନର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking