18.1 C
Bhubaneswar
Friday, December 27, 2024
Homeଖେଳୟୁଏସ୍ ଓପନ୍‌: ହାରିଲେ ତୃତୀୟ ସିଡ୍ ମେଡ୍‌ଭେଡେଭ୍‌; ଜୋକୋଭିକ୍‌ଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

ୟୁଏସ୍ ଓପନ୍‌: ହାରିଲେ ତୃତୀୟ ସିଡ୍ ମେଡ୍‌ଭେଡେଭ୍‌; ଜୋକୋଭିକ୍‌ଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

ନ୍ୟୁୟର୍କ : ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍ ୟୁଏସ୍ ଓପନ୍ ଟେନିସ୍ ଚାମ୍ପିଅନ୍‌ଶିପ୍‌କୁ ଜିତିଛନ୍ତି ସର୍ବିଆର ନୋଭାକ ଜୋକୋଭିକ୍ । ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଦ୍ୱିତୀୟ ସିଡେଡ୍ ଜୋକୋଭିକ ଅତି ସହଜରେ ୬-୩, ୭-୬ ଓ ୬-୩ ସେଟ୍‌ରେ ତୃତୀୟ ସିଡ୍ ଋଷିଆର ଡାନିଲି ମେଡଭେଡେଭଙ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି । ଏହା ସହ ସେ ୨୦୨୩ ବର୍ଷରେ ତିନିଟି ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି । ଏହାସହ ସେ ପ୍ରଥମ ଖେଳାଳି ଭାବେ ୪ଥର ଗୋଟିଏ ବର୍ଷରେ ତିନିଟି ଲେଖାଏଁ ଗ୍ରାଣ୍ଡସ୍ଲାମ ଜିତିବାର ନିଆରା ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଅନ୍ୟପକ୍ଷରେ ୨୦୨୧ର ଫାଇନାଲ ପରାଜୟର ପ୍ରତିଶୋଧ ଜୋକୋଭିକ ୨୦୨୩ରେ ନେଇଛନ୍ତି । ୟୁଏସ୍ ଓପନ୍‌ର ୨୦୨୧ ଫାଇନାଲରେ ଜୋକୋଭିକଙ୍କୁ ହରାଇ ମେଡ୍‌ଭେଡେଭ୍ ଚାମ୍ପିଅନ୍ ହୋଇଥିଲେ ।

ଚଳିତ ବର୍ଷ ଜୋକୋଭିକ ଅଷ୍ଟ୍ରେଲିଆନ୍ ଓପନ୍ ଓ ଫ୍ରେଞ୍ଚଓପନ୍ ଗ୍ରାଣ୍ଡସ୍ଲାମ ଜିତିଥିଲେ । ଏହି ଗ୍ରାଣ୍ଡସ୍ଲାମକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜୋକୋଭିକ ୨୪ଟି ଗ୍ରାଣ୍ଡସ୍ଲାମ ଜିତି ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହା ସହ ସେ ଏବେ ଅପ୍ରତିଦ୍ୱନ୍ଦ୍ୱି ଟେନିସ୍ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୪ଟି ୟୁଏସ୍ ଓପନ୍‌, ୧୦ଟି ଅଷ୍ଟ୍ରେଲିଆନ୍ ଓପନ୍‌, ତିନିଟି ଫ୍ରେଞ୍ଚ ଓପନ୍ ଓ ୭ଟି ୱିମ୍ବଲଡ଼ନ୍ ଗ୍ରାଣ୍ଡସ୍ଲାମ ଜିତିଛନ୍ତିି । ଏହାବ୍ୟତୀତ ୬ଥର ଟୁଣ୍ ଫାଇନାଲ୍ସ ଚାମ୍ପିଅନ୍ ହୋଇଥିବା ବେଳେ ୨୦୦୮ରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ । ୩୬ ବର୍ଷୀୟ ଜୋକୋଭିକଙ୍କ ପଛକୁ ତାଙ୍କର ନିକଟତମ ପ୍ରତିଦ୍ମନ୍ଦ୍ୱି ସେପ୍ନର ରାଫେଲ ନାଡାଲ ୨୨ଟି ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ତୃତୀୟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ୱିଜରଲାଣ୍ଡର ରୋଜର ଫେଡେରର ୨୦ଟି ଗ୍ରାଣ୍ଡସ୍ଲାମ ଜିତି ରହିଛନ୍ତି । ଜୋକୋଭିକ ଏବେପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତି ଅଷ୍ଟ୍ରେଲିଆର ମାର୍ଗାରେଟ୍ କୋର୍ଟ (ମହିଳା ସିଙ୍ଗଲ୍ସ)ଙ୍କ ସହ ମିଳିତି ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡର ସମକକ୍ଷ ହୋଇଛନ୍ତି ।

ଆର୍ଥର ଆଶେ ଷ୍ଟାଡ଼ିୟମରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ମେଡଭେଡେଭ୍ ଆରମ୍ଭରୁ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ଏହି ସେଟ୍‌କୁ ଜୋକୋଭିକ ୬-୩ଗେମ୍‌ରେ ସହଜରେ ଜିତିଥିଲେ । ମେଡଭେଡେଭ୍‌ଙ୍କ ଭୁଲ ପାଇଁ ଜୋକୋଭିକ ୨-୦ରେ ଅଗ୍ରଣୀ ଲାଭ କରିଥିଲେ । ପରେ ଜୋକୋଭିକ ଏହାକୁ ୫-୨ରେ ରଖିବା ସହ ୬-୩ରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ସେଟ୍‌ରେ ମେଡଭେଡେଭ ପ୍ରତ୍ୟାବର୍ତ୍ତନ କରି ଜୋକୋଭିକଙ୍କୁ ଜବାବ ଦେଇଥିଲେ । ଏପରିକି ଏହି ସେଟ୍‌ରେ ସେ ୪-୩ ଗେମ୍‌ରେ ଆଗୁଆ ରହିଥିଲେ । ପରେ ଏହା ୬-୫ରେ ରହିଥିଲା । କିନ୍ତୁ ଜୋକୋଭିକ୍ ଚିରାଚରିତ ଖେଳ ପ୍ରଦର୍ଶନ କରି ଏହି ସେଟ୍‌କୁ ମଧ୍ୟ ନିଜ ନାମରେ କରିଥିଲେ । ଦ୍ୱିତୀୟ ସେଟରେ ମେଡ୍‌ଭେଡେଭ୍ ସହଜରେ ହାର ମାନିନଥିଲେ । ଅନ୍ତିମ ସମୟ ଆଡକୁ ତାଙ୍କ ଡବଲ ଫଲ୍ଟ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି ସେଟ୍‌ଟି ଏକ ଘଣ୍ଟା ୪୪ ମିନିଟ୍ ପର୍ଯ୍ୟନ୍ତ ଖେଳାଯାଇଥିଲା । ତୃତୀୟ ସେଟ୍ ଆରମ୍ଭରୁ ଜୋକୋଭିକ୍ ଶ୍ରେଷ୍ଠ ପ୍ରଦର୍ଶନ କରି ମ୍ୟାଚକୁ ସମ୍ପୂର୍ଣ୍ଣଭାବେ ନିଜଚ ପକ୍ଷରେ ରଖିଥିଲେ । ସେ ୩-୧ ଗେଜମ୍‌ରେ ଅଗ୍ରଣୀ କରିଥିଲେ । ପରେ ମେଡ୍‌ଭେଡେଭ ଭଲ ଖେଳିଥିଲେ ମଧ୍ୟ ଜିତି ପାରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking