32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଡିଲରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚିନ୍ତାରେ ଚାଷୀ

ଡିଲରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚିନ୍ତାରେ ଚାଷୀ

ନୂଆଗାଁ: ଡିଲରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ଚିନ୍ତାରେ । କରୋନା ମହାମାରୀ ସାରା ଚାଷୀ ଓ ଭାଗଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ମଧ୍ୟ ଧାନ ଚାଷ ଏକପ୍ରକାର ଭଲ ହୋଇଛି ଚାଷୀ ଯେତିକି ଖୁସି ଅଛନ୍ତି ତାହାଠାରୁ ଅଧିକ ଚିନ୍ତୀତ ମଧ୍ୟ ଅଛନ୍ତି । ଇଉରୀଆ ସାର ଅଭାବର ଫାଇଦା ଉଠାଉଛନ୍ତି ଡିଲର କମ୍ପାନୀ । ଏମିତି ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ବେରୁଆ ବାରି ଓ ବାହାଡ଼ା ଝୋଲା ସିଙ୍ଗାରପଲ୍ଲୀ ଗୁମୀ ପଂଚାୟତରେ। ଆଜି ସକାଳୁ ବିଭିନ୍ନ ଡିଲର ଙ୍କ ପାଖରେ ଇଉରୀଆ ସାର ଦିଆଯାଇଥିଲା । ଖବରପାଇ ନିଜର ଆଧାରକାଡ ଧରି ସାର ପାଇଁ ଯାଇଥିଲେ । କିନ୍ତୁ ଡିଲର ଇଉରିଆ ସାର (୨୬୭) ଟଙ୍କା ରେ ବିକିବା ବଦଳରେ ଲୋକଙ୍କୁ ଏକ ଇଫିକୋ କମ୍ପାନୀର (ମନୋପାଟାସିଅମ) ଏକ ସାର ପ୍ୟାକେଟ ବାଧ୍ୟ କରି ଦିଅନ୍ତି । ଯାହାର ମୂଲ୍ୟ (୧୫୦) ଅଛି ଟୋଟାଲ (୪୨୦) ନିଅନ୍ତି ଯାହାକି ଚାଷୀ ନବାକୁ ବାଧ୍ୟ ହେଉଛନ୍ତି । ଯେଉଁ ଚାଷୀ ପ୍ରତିବାଦ କରନ୍ତି ସାର ନାହିଁ କୁହନ୍ତି ଫଳରେ ଚାଷୀ ବାଧ୍ୟ ହୋଇ ଧାରକରଜ କରି ସାର ନିଅନ୍ତି । ଏହି ବିଷୟରେ ବିଭାଗିୟ କୃଷି ଅଧିକାରୀ କଥାକୁ ହାଲୁକା ଭାବରେ କହିଛନ୍ତି ବାଧ୍ୟ କରିକି ନୁହେଁ ବୁଝେଇକି ଦେବାପାଇଁ କହିଛନ୍ତି । କିନ୍ତୁ ଅଧୀକାରିଙ୍କ କଥାକୁ ଶୁଣି ନାହାନ୍ତୀ ଡିଲର । ଫଳରେ ବାଧ୍ୟ ହୋଇ ଭାଗ୍ୟକୁ ଦୋଷ ଦେଇ ସାର ନେଇଛନ୍ତି ଚାଷୀ । ଯେହେତୁ କୋରନା ସମୟ ଚାଲିଛି ଦୁରତ୍ୟା ଓ ମାକ୍ସ କଥା ଭୁଲିଗଲେ। ଏହି ବିଷୟରେ ବାହାଡ଼ା ଝୋଲା ଫାଣ୍ଡି ବାବୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କର୍ମଚାରୀ ଅଭାବ କହି ଫୋନ୍ କାଟି ଦେଇଥୀଲେ। ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧି ଜିବି ଓ ସମାଜସେବୀଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking