28.1 C
Bhubaneswar
Thursday, May 2, 2024
Homeକରୋନାଉତ୍ତରପ୍ରଦେଶରେ ଏବେ ଶନି, ରବି ଏବଂ ସୋମବାର ଲକଡାଉନ

ଉତ୍ତରପ୍ରଦେଶରେ ଏବେ ଶନି, ରବି ଏବଂ ସୋମବାର ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଯୋଗୀ ସରକାର ଇଙ୍ଗ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶରେ ଲକଡାଉନ କଟକଣା ବଢିଛି । ଏବେ ଶୁକ୍ରବାର ରାତିରୁ ମଙ୍ଗଳବାର ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ରହିବ । ଶନିବାର, ରବିବାର ପୂର୍ବରୁ ହିଁ ସପ୍ତାହାନ୍ତ ଲକଡାଉନ ହେଉଥିଲା, ଯାହା ଏବେ ସୋମବାର ବି ଲାଗୁ ହେବ ଏବଂ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଜାରି ରହିବ । ଅର୍ଥାତ ଏବେ ୟୁପିରେ ତିନିଦିନ ସଂପୂର୍ଣ୍ଣ ଲକଡାଉନ ରହିବ ।
ୟୁପିରେ କରୋନା କାରଣରୁ ପରିସ୍ଥିତି ବିଗିଡିବାରେ ଲାଗିଛି । କାଲି ୨୯୮୨୪ ନୂଆ ସଂକ୍ରମଣ ଜନିତ ମାମଲା ଆସିଥିଲା, ଯେକେବେଳେକି ୩୩୯୦୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୁଧବାର ୨୬୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ପ୍ରଦେଶରେ ମୋଟ ୩ ଲକ୍ଷ ଆକ୍ଟିଭ କେସ ମଧ୍ୟରୁ ୨୪୬୧୬୯ ଲୋକ ଘରେ ହିଁ ଚିକିତ୍ସିତ ହେଉଛନ୍ତି । ଅର୍ଥାତ ହୋମଆଇସୋଲେସନରେ ଅଛନ୍ତି । ୭୧୫୭ ସଂକ୍ରମିତ ଲୋକେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ଓ ବାକି ସଂକ୍ରମିତ ସରକାରୀ ହସ୍ପିଟାଲରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking