ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆମେଠି ଜିଲ୍ଲାରେ ଜଣେ ୧୧ ବର୍ଷର ଆଦିବାସୀ ସଂପ୍ରଦାୟର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଶୀତଲଗଞ୍ଜରେ ଉକ୍ତ ନାବାଳିକାକୁ ଜଣେ ଯୁବକ ଅପହରଣ କରି ଦୁଷ୍କର୍ମ କରିଥିବା ପୀଡିତାର ବାପା ୧୯ ଏପ୍ରିଲରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏହାପେର ସଂଗ୍ରାମପୁର ପୋଲିସ ଷ୍ଟେସନରେ ଆଇପିସି, ପିଓସିଏସଓ,ଏସ/ଏସଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତ ନାମରେ ମାମଲା ରୁଜୁ କରିଥିବା ସର୍କଲ ଅଫିସର, ପିୟଷ କାନ୍ତ ରାଏ ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି ଘଟଣା ପରେ ପୀଡିତାଙ୍କର ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ପଠାଯାଇଥିବା ବେଳେ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ରାଏ କହିଛନ୍ତି ।
https://onakhabar.com/2020/04/23/one-corona-positive-get-cured/