34.1 C
Bhubaneswar
Thursday, April 25, 2024
Homeଓଡିଶାଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ଏତଲା ଦେଲେ ନରସିଂହ ସାଂପ୍ରଦାୟିକ ଦଙ୍ଗାର ମଞ୍ଜି ବୁଣୁଛନ୍ତି ଅର୍ଣ୍ଣବ

ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ଏତଲା ଦେଲେ ନରସିଂହ ସାଂପ୍ରଦାୟିକ ଦଙ୍ଗାର ମଞ୍ଜି ବୁଣୁଛନ୍ତି ଅର୍ଣ୍ଣବ

ବଲାଙ୍ଗୀର,- ଗତକାଲି ରାତିରେ କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଥାନାକୁ ଯାଇ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଦରେ ଏତଲା ରୁଜୁ କରିଛନ୍ତି । ରିପବ୍ଲିକ ଟିଭି ଚ୍ୟାନାଲ ମୁଖ୍ୟ ଅର୍ଣ୍ଣବ ରଂଜନ ଗୋସ୍ୱାମୀ “ପୁଛତା ହେ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ମହାରାଷ୍ଟ୍ରର ପାଲଘର ରେ ହୋଇଥିବା ସନ୍ଥ ହତ୍ୟାକୁ ନେଇ ଏକ ବିତର୍କ ଆୟୋଜିତ କରିଥିଲେ । ଏହି ବିତର୍କରେ ଅର୍ଣ୍ଣବ ଗୋସ୍ୱାମୀ ବାରମ୍ବାର ହିନ୍ଦୁ, ମୁସଲିମ୍ ତଥା ଖ୍ରୀଷ୍ଟିୟାନମାନଙ୍କ ଭିତରେ ଦଙ୍ଗାକୁ ଉସୁକାଇବା ଭଳି ବିବୃତ୍ତିମାନ ପ୍ରୟୋଗ କରିବା ସହ ଦୁଇ ଜଣ ହିନ୍ଦୁ ସନ୍ଥଙ୍କୁ ହତ୍ୟା କରାଯାଇଥିବା ବେଳେ କିପରି ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ପୁର୍ଣ୍ଣ ରୂପେ ନିରବ ରହିଛନ୍ତି । ଯଦି କୌଣସି ମୁସଲମାନ ମୌଲବୀ କିମ୍ବା ଖ୍ରୀଷ୍ଟିୟାନ ଧର୍ମଜାଜକଙ୍କୁ ହତ୍ୟା ହୋଇଥାନ୍ତା ତେବେ ସୋନିଆ ଗାନ୍ଧୀ ଏବଂ ତାଙ୍କ ଦଳ ଦେଶରେ ତୁମ୍ବିତୋଫାନ କରିଥାନ୍ତା ବୋଲି କହିଥିଲେ । ତେବେ ଏଭଳି ଅପମାନ ଜନକ, ସାଂପ୍ରଦାୟିକ ତଥା ଦଙ୍ଗା ଉସୁକାଇବା ଭଳି ଟିପ୍ତଣୀଙ୍କୁ ତିବ୍ର ନିନ୍ଦା କରିବା ସହ ଅର୍ଣ୍ଣବଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲାରେ ଦର୍ଶାଯାଇଛି ।
ବିଧାୟକ ଶ୍ରୀ ମିଶ୍ର ନିଜ ଏତଲା ରେ ଆହୁରି ଲେଖିଛନ୍ତି ଯେ ଅର୍ଣ୍ଣବ ନିଜ ଟିଭି ସୋ ମାଧ୍ୟମରେ ଦେଶର ଖ୍ରୀଷ୍ଟିୟାନ ଏବଂ ମୁସଲମାନମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ହିନ୍ଦୁ ସଂପ୍ରଦାୟଙ୍କୁ ଉସୁକୁଉ ଥିବା ଭଳି ସ୍ପଷ୍ଟ ଜଣାପଡୁଛି । ସାରା ଦେଶ କରୋନା ବିରୁଦ୍ଧରେ ଏକ ଲମ୍ବା ଲଢେଇ ଲଢୁଥିବା ବେଳେ ଦେଶରେ ଏଭଳି ମନ୍ତବ୍ୟ ସାଂପ୍ରଦାୟିକ ଦଙ୍ଗା ତଥା ଅରାଜକତା ସୃଷ୍ଟି କରିବ ତେଣୁ ସାଂପ୍ରଦାୟିକ ଦଙ୍ଗାର ବିଜ ବୁଣୁଥିବା ଅର୍ଣ୍ଣବକୁ ଶିଘ୍ର ଗିରଫ କରିବା ଦରକାର । ଆହୁରି ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଦିଆଯାଇଥିବା ସମସ୍ତ ଟିପ୍ପଣୀ ତଥ୍ୟ ବିହିନ ଓ ସମ୍ପୁର୍ଣ୍ଣ ମିଥ୍ୟା ଯାହା ଦେଶରେ ଅରାଜକତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମର ନକଲ ଏତଲା ସହିତ ସଂଲଗ୍ନ କରି ପ୍ରଦାନ କରାଯାଇଛି । ଯାହାକି ଭାରତୀୟ ପିଙ୍ଗଳ କୋଡ ଧାରା ୧୧୭, ୧୨୦୮, ୧୫୩, ୧୫୩(କ), ୨୯୫(କ), ୨୮୯, ୫୦୦, ୫୦୪, ୫୦୫ ଏବଂ ୫୦୬ ଏବଂ ସୂଚନା ଓ ପ୍ରସାର ଆଇନ ୨୦୦୦ ର ଧାରା ୬୬ (କ) ର ସମ୍ପୁର୍ଣ୍ଣ ଉଲଙ୍ଘନ କରୁଛି । ଏଣୁ ଅର୍ଣ୍ଣବଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଧିବଦ୍ଧ ଭାବେ ମତେ ଅବଗତ କରାଯାଉ ବୋଲି ଶ୍ରୀ ମିଶ୍ର ନିଜ ଏତଲାରେ ଦର୍ଶାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking