26.1 C
Bhubaneswar
Wednesday, August 10, 2022
Homeଅପରାଧଅଶାନ୍ତ ରାଜଧାନୀ: ପଳାଶୁଣିରେ ବୋମା ମାଡ଼

ଅଶାନ୍ତ ରାଜଧାନୀ: ପଳାଶୁଣିରେ ବୋମା ମାଡ଼

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ବୋମା। ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।

ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ତେବେ ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking