39.8 C
Bhubaneswar
Thursday, April 18, 2024
Homeଓଡିଶାପୋଲିସ ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ

ପୋଲିସ ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ

ମାଲକାନଗିରି: ମେଡିକାଲ ଚେକଅପ୍ ବେଳେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛନ୍ତି ୨ ଅଭିଯୁକ୍ତ । ଏଭଳି ଘଟଣା ମାଲକାନଗିରି କାଲିମେଳା ମେଡିକାଲରେ ଘଟିଥିବା ଜଣାପଡିଛି ।କାଲିମେଳା ମେଡିକାଲକୁ ଚେକଅପ୍ ପାଇଁ ୨ ଅଭିଯୁକ୍ତଙ୍କୁ ଆଣିଥିବା ପୋଲିସ । କିନ୍ତୁ ସେଠାରେ ପୋଲିସକୁ ଚକମା ଦେଇ ୨ ଅଭିଯୁକ୍ତ ଖସି ପଳାଇପାରେ ସଫଳ ହୋଇଥିଲେ ।

ଏହାପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ତେବେ ନିକଟ ଜଙ୍ଗଲରୁ ଜଣେ ଅଭିଯୁକ୍ତ ଧରାପଡିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡିଛି । ଗତ ବୁଧବାର ଗଞ୍ଜେଇ ଚାଲାଣ ବେଳେ ଏହି ୨ ଅଭିଯୁକ୍ତ ଧରାପଡିଥିଲେ । କୋର୍ଟଚାଲାଣ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ କାଲିମେଳା ମେଡିକାଲକୁ ନେଇଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking