20.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଉନ୍ନାଓ ଗଣବଳାତ୍କାର ମାମଲା: ସେନ୍‌ଗାରଙ୍କୁ ହାଇକୋର୍ଟରେ ଅନ୍ତରୀଣ ଜାମିନ

ଉନ୍ନାଓ ଗଣବଳାତ୍କାର ମାମଲା: ସେନ୍‌ଗାରଙ୍କୁ ହାଇକୋର୍ଟରେ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଓ ସହରରେ ୨୦୧୭ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ଏକ ଗଣବଳାତ୍କାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ ଦଣ୍ଡାଦୋ ଭୋଗୁଥିବା କୁଲଦୀପ ସିଂହ ସେନ୍‌ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଝିଅ ବାହାଘର ପାଇଁ ଏଭଳି ଜାମିନ ପାଇବାକୁ ସେନ୍‌ଗାର ହାଇକୋର୍ଟରେ ଅପିଲ କରିଥିଲେ । ଘରର ଏକମାତ୍ର ପୁରୁଷ ସଦସ୍ୟ ହୋଇଥିବାରୁ ଝିଅ ବାହାଘର ଦାୟିତ୍ୱ ସମ୍ଭାଳିବାକୁ ଜାମିନ ଦିଆଯାଉ ବୋଲି ସୌନ୍‌ଗାରଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ । ତେବେ କୋର୍ଟରେ ଉପସ୍ଥିତ ବଳାତ୍କାର ପୀଡିତାଙ୍କ ଭଉଣି ଜାମିନ ଆବେଦନକୁ ବିରୋଧ କରିଥିଲେ । ଏହାସତ୍ତ୍ୱେ ବିଚାରପତି ଫେବୃଆରୀ ୮ ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ କୁଲଦୀପ ହେଉଛନ୍ତିି ଉନ୍ନାଓ ଆସନରୁ ବିଜେପି ବିଧାୟକ । ୨୦୧୭ରେ ଚାକିରି ପାଇବା ଆଶାରେ ୧୭ ବର୍ଷୀୟା ନାବାଳିକା ତାଙ୍କ ସରକାରୀ କ୍ୱାର୍ଟରକୁ ଯାଇଥିବାବେଳେ ବିଧାୟକ ଓ ଅନ୍ୟମାନେ ତାଙ୍କୁ ଗଣବଳାତ୍କାର କରିଥିଲେ । ୨୦୧୯ରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ସେନ୍‌ଗାରଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking