28.9 C
Bhubaneswar
Thursday, June 18, 2026
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

ମାଲକାନଗିରି: ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା କୁକାନାର ଥାନା ଅଂଚଳରେ ଗୁଳି ବିନିମୟ ହୋଇଛି।  କୁକାନାର ଥାନା ଅଂଚଳରେ ଡିଆରଜି ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। କମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ଜବାନ ଆସୁଥିବା ଦେଖି ପ୍ରଥମେ ଗୁଳି ଚାଳଣା କରିଥିଲୋ । ପାଲଟା ଜବାବରେ ଯବାନଙ୍କ ଗୁଳିର ସାମନା କରି ନ ପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଏହି ଗୁଳି ବିନିମୟରେ ଦୁଇଜଣ ମାଓବାଦୀ ନିହତ ହୋଇଥିବାବେଳେ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁକୁମା ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking