29.1 C
Bhubaneswar
Saturday, July 27, 2024
Homeଓଡିଶାବୈତରଣୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ବୈତରଣୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ବୈତରଣୀ ନଦୀରୁ ଅଜଣା ମୃତଦେହକୁ ଉଦ୍ଧାର କରାଯାଇଛି। ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀରୁ ଭାସୁଥିବା ସମୟରେ ଜଣଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ, ନଦୀରେ ମୃତଦେହକୁ ଦେଖି ଆତଙ୍କିତ ହୋଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ।ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ମୃତଦେହ ଜଣେ ବୃଦ୍ଧଙ୍କର ବୋଲି ସୂଚନା ମିଳିଛି କିନ୍ତୁ ମୃତ ବୃଦ୍ଧଙ୍କର କୌଣସି ପରିଚୟ ମିଳିନାହିଁ । ଏ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking