29.1 C
Bhubaneswar
Friday, May 23, 2025
Homeଦେଶ ବିଦେଶଶ୍ରୀଲଙ୍କାରେ ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ୱକପ୍‌

ଶ୍ରୀଲଙ୍କାରେ ଖେଳାଯିବ ୧୯ ବର୍ଷରୁ କମ୍ ବିଶ୍ୱକପ୍‌

ନୂଆଦିଲ୍ଲୀ : ଦୀର୍ଘ ୧୮ ବର୍ଷ ପରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ ୨୦୨୪ର କାର୍ଯ୍ୟସୂଚୀ ଆଇସିସି ପକ୍ଷରୁ ଜାରି କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବୃଆରୀ ୪ରେ ଶେଷ ହେବ । ଏହା ୨୩ ଦିନ ଧରି ଖେଳାଯିବ । ରାଜଧାନୀ କଲମ୍ବୋର ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରେ ବିଶ୍ୱକପ୍ ଖେଳାଯିବ । ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ୧୫ତମ ସଂସ୍କରଣରେ ୪୧ଟି ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିେବେ । ୧୧ଟି ପୂର୍ଣ୍ଣ ସଦସ୍ୟ ବିଶିଷ୍ଟ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ଅନ୍ୟ ପାଞ୍ଚଟି ଦଳ ନାମିବିଆ, ସ୍କଟଲାଣ୍ଡ, ଆମେରିକା, ନେପାଳ ଏବଂ ନ୍ୟୁଜିଲାଣ୍ଡ୍ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ସ୍ଥାନ ହାସଲ କରିଛନ୍ତି ।

ଉଦ୍‌ଘାଟନୀ ମ୍ୟାଚ ଆୟୋଜକ ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ । ସେହି ଦିନ ଆଉ ଦୁଇଟି ମ୍ୟାଚ୍ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଜାନୁଆରୀ ୧୪ରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ନୂଆ ସଂଶୋଧିତ ଫର୍ମାଟରେ ଗ୍ରୁପ୍ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ସୁପର ସିକ୍ସ ପର୍ଯ୍ୟାୟରେ ପ୍ରବେଶ କରିବେ ।

ଗ୍ରୁପ୍‌-ଏରେ ଭାରତ, ବାଂଲାଦେଶ, ଆୟର୍ଲାଣ୍ଡ୍‌, ଆମେରିକା, ଗ୍ରୁପ୍ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବେଷ୍ଟଇଣ୍ଡିଜ୍‌, ସ୍କଟଲାଣ୍ଡ, ଗ୍ରୁପ୍ ସିରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଜିମ୍ବାୱେ, ନାମ୍ବିଆ ଓ ଗ୍ରୁପ୍ ଡି’ରେ ଆଫଗାନିସ୍ତାନ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ନେପାଳ ରହିଛନ୍ତି ।

ଟୁର୍ଣ୍ଣାମେଣ୍ଟ ପି. ସାରା ଓଭାଲ, କଲମ୍ବୋ କ୍ରିକେଟ୍ କ୍ଲବ୍‌, ନୋନ୍ଦେସ୍କ୍ରିପ୍ଟସ୍ କ୍ରିକେଟ୍ କ୍ଲବ, ସିଙ୍ଘାଲୀଜ୍ ସ୍ପୋର୍ଟସ୍ କ୍ଲବ୍ ଏବଂ ଆର. ପ୍ରେମଦାସା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking