28.9 C
Bhubaneswar
Monday, June 22, 2026
Homeଓଡିଶାସୁଗମ, ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ମତଦାନ ନିମନ୍ତେ ପ୍ରତ୍ୟେକ ଭୋଟରଙ୍କୁ ସଶକ୍ତ କରାଯିବ

ସୁଗମ, ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ମତଦାନ ନିମନ୍ତେ ପ୍ରତ୍ୟେକ ଭୋଟରଙ୍କୁ ସଶକ୍ତ କରାଯିବ

ଭୁବନେଶ୍ୱର: ମତଦାନ ପ୍ରକ୍ରିୟାକୁ ଅଧିକ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଗତକାଲି ଘୋଷଣା କରିଛନ୍ତି ଯେ ଗୋଟିଏ ମତଦାନ କେନ୍ଦ୍ରରେ ସର୍ବାଧିକ ଭୋଟରଙ୍କ ସଂଖ୍ୟାକୁ ୧୫୦୦ ରୁ ୧୨୦୦କୁ ହ୍ରାସ କରାଯିବ। ଏହି ପଦକ୍ଷେପ ମତଦାନ କେନ୍ଦ୍ରରେ ଭିଡ଼ ଏବଂ ମତଦାନ ପାଇଁ ଅପେକ୍ଷା ସମୟକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ ବୋଲି ଆଶା କରାଯାଉଛି।ଏହା ବ୍ୟତିତ, ସହରାଞ୍ଚଳ ଜନବସତିର ବୃଦ୍ଧିକୁ ଚିହ୍ନଟ କରି, ବହୁତଳ ବିଶିଷ୍ଟ ଆବାସିକ ସମାଜ ଏବଂ କଲୋନୀ ଗୁଡ଼ିକରେ ଅତିରିକ୍ତ ମତଦାନ କେନ୍ଦ୍ର ଗୁଡ଼ିକର ସ୍ଥାପନା ପାଇଁ ଏକ ଦୃଷ୍ଟିକୋଣ ରଖାଯାଇଛି ଯାହା ଦ୍ୱାରା ସହରାଞ୍ଚଳର ସ୍ଥାନୀୟ ଭୋଟର ମାନଙ୍କ ପାଇଁ ମତଦାନକୁ ଅଧିକ ସୁବିଧାଜନକ ଏବଂ ସୁଗମ କରାଯାଇପାରିବ।

ଏହା ଛଡ଼ା, ଭୋଟର ସୂଚନା ସ୍ଲିପକୁ ଅଧିକ ବ୍ୟବହାରକାରୀ-ଅନୁକୂଳ କରାଯିବ, ମତଦାନ ବିବରଣୀର ସହଜ ଚିହ୍ନଟ ପାଇଁ କ୍ରମ ଏବଂ ଅଂଶ ଅଙ୍କ ଗୁଡ଼ିକୁ ଅଧିକ ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯିବ। ଭୋଟର ତାଲିକାର ସଠିକତା ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ବାଚନ ଆୟୋଗ କିଛି ପଦକ୍ଷେପ ନେଉଛନ୍ତି, ଯେପରି ଏବେ ଆୟୋଗ ସିଧାସଳଖ ଭାରତର ରେଜିଷ୍ଟ୍ରାର ଜେନେରାଲ (RGI) ଠାରୁ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ପ୍ରାପ୍ତ କରିପାରିବେ ଏବଂ ଯାଞ୍ଚ ପରେ ଏହି ତଥ୍ୟକୁ ବ୍ୟବହାର କରି ମୃତ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦେଇ ପାରିବେ । ଏହା ଦ୍ଵାରା ଅଧିକ ଦକ୍ଷତାର ସହ ଭୋଟର ତାଲିକାର ସଠିକତାକୁ ସୁନିଶ୍ଚିତ କରାଯାଇପାରିବ।

ଏହା ବ୍ୟତିତ, ନିର୍ବାଚନ ଆୟୋଗ ଦେଶବ୍ୟାପୀ ରାଜନୈତିକ ଦଳଗୁଡ଼ିକୁ ଜଡ଼ିତ କରିବା ପାଇଁ ଏକ ବ୍ୟାପକ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିଛନ୍ତି ଏବଂ ଏପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଦ୍ୱାରା ୪୦ଟି , ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ଦ୍ୱାରା ୮୦୦ଟି, ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ଦ୍ୱାରା ୩,୮୭୯ , ଏହିପରି ସର୍ବମୋଟ ୪,୭୧୯ଟି ବୈଠକ ଅନୁଷ୍ଠିତ କରାଯାଇସାରିଛି। ଏହି ବୈଠକରେ ରାଜନୈତିକ ଦଳ ମାନଙ୍କର ୨୮ ହଜାରରୁ ଅଧିକ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ସହିତ, ଆୟୋଗ ଅନେକ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳ ଯେପରି ଆମ ଆଦମୀ ପାର୍ଟି (AAP), ଭା.ଜ.ପା, ବହୁଜନ ସମାଜ ପାର୍ଟି (BSP), କମ୍ୟୁନିଷ୍ଟ ଦଳ [CPI(M)] ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP)ର ମୁଖ୍ୟ ମାନଙ୍କ ସହ ବୈଠକ ମଧ୍ୟ କରିଥିଲେ। ଭାରତ ନିର୍ବାଚନ ଆୟୋଗ ଲକ୍ଷ୍ୟଭେଦ ତାଲିମ ଏବଂ ଏହି ପରି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ସମସ୍ତ କର୍ମୀଙ୍କୁ ମଜବୁତ କରିବା ପାଇଁ ବିଶେଷ ଧ୍ୟାନ ମଧ୍ୟ ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking