37.1 C
Bhubaneswar
Sunday, April 28, 2024
Homeଓଡିଶାରେଭେନ୍ସା ବିଶ୍ୱବିଦ୍ୟାଳୟରେ ୟୁଜି, ପିଜି ବ୍ୟାକ୍ ପେପର୍ ପରୀକ୍ଷା ଫର୍ମପୂରଣ ଆରମ୍ଭ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୟୁଜି, ପିଜି ବ୍ୟାକ୍ ପେପର୍ ପରୀକ୍ଷା ଫର୍ମପୂରଣ ଆରମ୍ଭ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ(ୟୁଜି) ଏବଂ ସ୍ନାତକୋତ୍ତର(ପିଜି)ର ବ୍ୟାକ୍ ପେପର୍ ସମେତ ସ୍ପେଶାଲ୍ ବ୍ୟାକ୍ ପେପର୍ ପରୀକ୍ଷା ଆସନ୍ତା ଜୁଲାଇ ୨୦ରୁ ୩୧ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ସ୍ନାତକ ୨୦୧୬-୧୭ ଆଡମିସନ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଷଷ୍ଠ ସେମିଷ୍ଟର୍‌, ୨୦୧୭-୧୮ ଆଡ୍‌ମିସନ୍ ବ୍ୟାଚ୍‌ର ଚତୁର୍ଥ ଏବଂ ଷଷ୍ଠ ସେମିଷ୍ଟର୍‌, ପିଜିରେ ୨୦୧୭-୧୮ ମସିହା ଆଡ୍‌ମିସନ୍ ବ୍ୟାଚ୍‌ର ଚତୁର୍ଥ ସେମିଷ୍ଟର ଏବଂ ୨୦୧୮-୧୯ ଆଡମିସନ୍ ବ୍ୟାଚ୍‌ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର୍ ପରୀକ୍ଷା ଲାଗି ଏହି ଫର୍ମପୂରଣ କରାଯିବ । ଛାତ୍ରଛାତ୍ରୀମାନେ ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍‌ରେ ଫର୍ମପୂରଣ କରିପାରିବେ ।

ଫର୍ମପୂରଣ ଫି’ ବାବଦକୁ ସ୍ନାତକ କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଲାଗି ବିଷୟ ଅନୁଯାୟୀ ସର୍ବନିମ୍ନ ୧୨୦ ଟଙ୍କାରୁ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ସ୍ନାତକର ବିବିଏ, ଆଇଏସ୍‌ଟି, ଆଇଟିଏମ୍ ଏବଂ ଆଇଏମ୍‌ବିଏ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା ଦେବାକୁ ବିଷୟ ଅନୁଯାୟୀ ୧୨୦ ଟଙ୍କାରୁ  ୭୨୦ ଟଙ୍କା ପର୍ଯ୍ୟନ୍ତ ଫି’ ଧାର୍ଯ୍ୟ ହୋଇଛି । ପିଜି ବ୍ୟାକ୍ ପେପର୍ ପରୀକ୍ଷାର ପ୍ରତି ବିଷୟ ଅନୁଯାୟୀ ୧୨୦ ଟଙ୍କା ଫି’ ରହିଛି । ଯଦି ଏକାଧିକ ବିଷୟରେ କେହି ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତି ତେବେ ସେମାନଙ୍କ ୧୨୦ ଟଙ୍କା ଫି’ ସହିତ ଅଧିକ ୬୦ ଟଙ୍କା ଲେଖାଏଁ ଦାଖଲ କରିବାକୁ ପଡ଼ିବ । ତେବେ ପରବର୍ତ୍ତୀ ସମୟରେ ଫର୍ମପୂରଣ ଲାଗି କୌଣସି ତାରିଖ ପରିବର୍ତ୍ତନ କରାଯିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ପଷ୍ଟ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking