29.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ, ଦୁଇ ଦିନରେ ଆସିଲା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟିକା

ରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ, ଦୁଇ ଦିନରେ ଆସିଲା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟିକା

ଭୁବନେଶ୍ୱର:  ସାରା ରାଜ୍ୟରେ ଜୁନ୍ ୨୧ ପରଠୁ କୋଭିଡ୍ ଟିକାକରଣ ମାଇଲେଜ୍ ଧରିଥିଲା । ତେବେ ଟିକାର ଅଭାବରୁ ଗତ ୩ରୁ ୪ ଦିନ ଭିତରେ ପ୍ରକ୍ରିୟା ଧିମା ପଡ଼ିଯାଇଥିବାର ଦେଖାଯାଇଥିଲା । ଏପରିକି କିଛି ଜିଲ୍ଲାରେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯିବା ଦ୍ୱାରା ସ୍ଥିରୀକୃତ ଟିକାକରଣ ଟାର୍ଗେଟ୍ ମଧ୍ୟ ହାସଲ ହୋଇପାରୁନଥିଲା । ହେଲେ ଏବେ ଦିନେ ଦୁଇଦିନ ମଧ୍ୟରେ ପୁଣିଥରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବାକୁ ଯାଉଛି । ଶୁକ୍ରବାର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ରାଜ୍ୟକୁ ୮ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ପଠାଇବା ପରେ ଏହି ସମସ୍ୟା ଦୂର ହୋଇଛି ।

ଗୁରୁବାର କୋଲକାତାରୁ ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଭୁବନେଶ୍ୱର ଆସିଥିଲା । ଶୁକ୍ରବାର ପୁଣି ୮ ଲକ୍ଷ ଡୋଜ୍ ଆସିବା ପରେ ରାଜ୍ୟ ଗତ ଦୁଇଦିନ ମଧ୍ୟରେ ମୋଟ ୯ ଲକ୍ଷ ୪୩ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ପାଇପାରିଛି । ସେହିଭଳି ଗୁରୁବାର ଭାରତ ବାୟୋଟେକ୍ ମଧ୍ୟ ରାଜ୍ୟକୁ ୧.୮୨ ଲକ୍ଷ ଡୋଜ୍ କୋଭାକ୍ସିନ ପଠାଇଛି । ଏଣୁ ଏହିପରି ମୋଟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟିକା ଦୁଇଦିନରେ ଆସି ପହଞ୍ଚିଛି । ସୂଚନାଯୋଗ୍ୟ, ଚଳିତ ମାସରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ମୋଟ ୧୨ କୋଟି ଡୋଜ୍ ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାକୁ ମଧ୍ୟ ପ୍ରାୟ ୪୦ ଲକ୍ଷ ୮୭ ହଜାର ଟିକା ଆସିବାର ଅଛି ।

ତେବେ ଟିକା ଉତ୍ପାଦନ ଉପରେ ଏହା ନିର୍ଭର କରୁଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ପ୍ରାୟ ୩୪ କୋଟି ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ୧ କୋଟି ୨୧ ଲକ୍ଷ ଲୋକଙ୍କୁ ଟିକାପ୍ରଦାନ ସରିଛି । ବର୍ତ୍ତମାନ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନର ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱର ପାଇଁ କୋଭାକ୍ସିନ୍ ସ୍ଲଟ୍ ଅଧିକାଂଶ ଖାଲି ପଡ଼ୁଥିବାର ଦେଖାଯାଉଛି । ଏଣୁ ଗଞ୍ଜାମ ଭଳି ଆଗକୁ ଅନ୍ୟ ଜିଲ୍ଲାପାଇଁ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking