ଇମ୍ଫାଲ : ମଣିପୁର ଇମ୍ଫାଲ ବିମାନବନ୍ଦର ଉପରେ ରବିବାର ଅନଆଇଡେଣ୍ଟିଫାଏଡ ଫ୍ଲାଇଂ ଅବଜେକ୍ଟ (ୟୁଏଫ୍ଓ) ଦେଖାଯାଇଥିବା ସୂଚନା ମିଳିଛି। ଏଥିଯୋଗୁଁ ବିମାନବନ୍ଦରରେ ଭୟର ବାତାବରଣ ଖେଳି ଯାଇଛି। କର୍ମଚାରୀ ୩ ଘଣ୍ଟା ପର୍ଯ୍ୟନ୍ତ ଆଶା ଆଶଙ୍କାରେ ସମୟ ବିତାଇଛନ୍ତି।
ଇମ୍ଫାଲ ଆସୁଥିବା ୨ଟି ବିମାନର ଗତିପଥକୁ ମଧ୍ୟ ବଦଳାଇ ଦିଆଯାଇଛି। ୟୁଏଫ୍ଓ ଦେଖାଯିବା ପରେ ଇମ୍ଫାଲ ବାୟୁସୀମା ଏବଂ ବିମାନ ପରିଚାଳନାକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ପ୍ରାୟ ହଜାରେ ଯାତ୍ରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିଲା। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଇମ୍ଫାଲ ଏୟାରସ୍ପେସ୍ର ନିୟନ୍ତ୍ରଣ ବାୟୁସେନାକୁ ପ୍ରଦାନ କରି ଦେଇଥିଲେ। ବାୟୁସେନା ଅନୁମତି ପରେ ହିଁ ଇମ୍ପାଲରୁ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା।