28.1 C
Bhubaneswar
Thursday, May 2, 2024
HomeUncategorizedଵଣ ତୁଳସୀର ଵାସ୍ନା

ଵଣ ତୁଳସୀର ଵାସ୍ନା

ଉଦଳା : ଵଣମଲ୍ଲୀ ଵଣରେ ଫୁଟି ଵଣରେ ମଉଳିଯାଏ ମାତ୍ର ଵଣ ତୁଳସି । ଦୁଇପତ୍ର ରୁ ତାର ଵାସ୍ନା ସାରା ଜଗତକକୁ ମହକାଇ ଦେଇଥାଏ । ପୂର୍ବ ସିମିଳିପାଳ କହୁଥିଵା ମା,ଶକ୍ତିମୟୀଅମ୍ଵିକା ପୀଠ ଦେଵକୁଣ୍ଡ, ଉଦଳା ପଞ୍ଚାୟତ ଵଳଭଦ୍ର ପୁର ଗାଁ ରେ ଚପଳମତି ଶିଶୁ ଵାଳିକା କଣ୍ଠରେ ଝକୃତ ହେଉଛି ଭଗଵତ୍ ଗୀତାର ଅଷ୍ଟାଦଶ ଅଧ୍ୟାୟ ।
ମାତ୍ର ୭ ଵର୍ଷ ଵୟସର ଚପଳ ଵାଳିକା ପରିରୂପା । ପରି ରୂପା ମହାନ୍ତ,ଶ୍ରୀ ମଦ ଭଗଵତ ଗୀତାର ୭୦୦ଶ୍ଳୋକ ମୁଖସ୍ଥ କରି ମୁହଁରେ ମୁହଁରେ ଗାଉଛନ୍ତି,ଖାଲି ଗାଉ ନାହାଁନ୍ତି, ତାର ଅର୍ଥ ଵୁଝାଉ ଛନ୍ତି, କେଉଁ ପୃଷ୍ଠାରେ କିଏ କାହାକୁ କଣ କହିଛନ୍ତି ତାହା ମଧ୍ୟ କହି ପାରୁଛନ୍ତି । ମାତ୍ର ୩ ଘଣ୍ଟା ସମୟରେ ଗୀତାର ୭୦୦ଶ୍ଳୋକ ଆଵୃତ୍ତି କରୁଛନ୍ତି ।

ଵାପା ତପନକୁମାର ମହାନ୍ତ ପେଷାରେ ଜଣେ ଶିକ୍ଷକ ହୋଇଥିବା ଵେଳେ ମା ଜଣେ ଶିକ୍ଷତ୍ରୀ । ସନ୍ଧ୍ୟା ସମୟରେ ମା ଗୀତା ପାଠ କରୁଥିଵା ଵେଳେ ପରିରୂପା ପାଖରେ ଵସି ଗୀତା ଶୁଣନ୍ତି । ଶୁଣି ଶୁଣି ମନେ ରଖୁଥିବା ଦେଖି ଵାପାଖୁସୀ ହୋଇଯାନ୍ତି, ପିଲାଦିନରୁ ପରୀ ଅନ୍ଯ ପିଲାଙ୍କ ଠାରୁ ଟିକେ ନିଆରା । ପିଲାଟି ଦିନରୁ ତାଙ୍କର ଆଧ୍ୟାତ୍ମିକତା ଭାଵ ଦେଖିଵାକୁ ମିଳେ,ସକାଳ ସନ୍ଧ୍ୟା ରେ ତୁଳସୀ ରେ ପାଣିଦେଵା,ଆଳତୀ କରିବା ଭଳି ଜିନିଷ ତାଙ୍କୁ କେହି ଶିଖାଇ ନ ଥିଲେ ମଧ୍ୟ ଆପଣାଛାଏଁ ସେ କରିଵାର ଦେଖିଵାକୁ ମିଳେ । ଲକ୍ ଡାଉନ ସମୟରେ ଵାପା ସୁଯୋଗ ପାଇ ଝିଅ ପାଇଁ କିଛି ସମୟ ଦେଇ ତାକୁ ପ୍ରତ୍ଯେହ ଗୀତାପାଠ କରାଉ ଥିଲେ ।  ନିଜର ପ୍ରଵଳ ଇଛା ଶକ୍ତି ଓ ସ୍ମରଣ ଶକ୍ତି ଵଳରେ ଖୁଵ ଅଳ୍ପଦିନ ମଧ୍ୟ ରେ ଗୀତା କୁ ଆୟତ୍ତ କରିଥିଲେ ।

ଏମିତି ମଧ୍ୟ ହୋଇପାରେ ଓଡ଼ିଆ ସଂସ୍କୃତିର ପ୍ରଥମ ଅଳ୍ପ ବୟସ୍କା, ଯିଏକି ଗୀତାର ସମସ୍ତ ଶ୍ଳୋକ କୁ ମନେରଖି ସାରତତ୍ଵକୁ ପ୍ରଚାର କରି ସମାଜ ସୁଧାର ର ପ୍ରୟାସ ଆରମ୍ଭ କରିଛନ୍ତି,ଦୈଵଶକ୍ତି ସଂପନ୍ନ ଏହି ଟିକି ଝିଅ ଆଗାମୀ ଦିନରେ ସମାଜ ର ସଂସ୍କୃତି, ପରମ୍ପରା କୁ ଫେରାଇ ଆଣିଵାକୁ ସକ୍ଷମ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking