19.1 C
Bhubaneswar
Saturday, January 18, 2025
Homeଓଡିଶାଆଇରନ୍ ବୋଝେଇ ଟ୍ରକ୍ ତଳେ ଚାଲିଗଲା ୨ ସୁରକ୍ଷାକର୍ମୀଙ୍କ ଜୀବନ 

ଆଇରନ୍ ବୋଝେଇ ଟ୍ରକ୍ ତଳେ ଚାଲିଗଲା ୨ ସୁରକ୍ଷାକର୍ମୀଙ୍କ ଜୀବନ 

ସମ୍ବଲପୁର : କଳ କାରଖାନା ଖନି ଖାଦାନ ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ପାଳନ କରିବା ପାଇଁ ସଚେତନତା ସୃଷ୍ଟି ସକାଶେ ବର୍ଷର ବିଭିନ୍ନ ସମୟରେ କଳ କାରଖାନା ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲା ବମାଲୋଇ ଫୁଲଚାଙ୍ଗେର ଟାରେ ଥିବା ଆଇରନ୍ ଇସ୍ପାତ୍ କାରଖନାର ରେଲବାଇ ସାଇଡିଂ ସୁରକ୍ଷା ପାଇଁ ନିୟୋଜିତ ଥିବା ଦୁଇ ଜଣ ସୁରକ୍ଷା କର୍ମୀ ରବିବାର ବିଳମ୍ବିତ ରାତିରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଚାପାରେ ଶୋଚନୀୟ ଭାବରେ ମୃତ୍ୟୁ ବରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତଥା କଥିତ ସୁରକ୍ଷା ନିୟମ କେତେ ପ୍ରତି କମ୍ପାନୀ ମାନେ କେତେ ଯତ୍ନବାନ୍ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ସଚେତନ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ସୂଚନା ଅନୁଯାୟୀ, ଝାରସୁଗୁଡାର ଏସ୍‌ଏମ୍‌ସି କାରଖାନାର ନିଜସ୍ୱ ସାଇଡିଇ ନଥିବାରୁ ଆୟରନ୍ ଇସ୍ପାତ୍ କାରଖାନାର ରେଲବାଇ ସାଇଡିଂକୁ ଭଡା ସୁତ୍ରରେ ନେଇ ସେଠାରୁ ଆଇରନ୍ ଓର୍ ଆଦି ସାମଗ୍ରୀ ଅନ୍‌ଲୋଡିଂ ଏବଂ ଲୋଡିଂ ରେ ବ୍ୟବହାର କରୁଛି । ରବିବାର ରାତିରେ ମାଳବାହି ଟ୍ରେନ୍‌ରୁ ଆଇରନ୍ ଅନଲୋଡ୍ ହୋଇ ଟ୍ରକରେ ଲୋଡିଂ ହୋଇ ସାରିଲାପରେ ଟ୍ରକ୍ ଚାଳକ୍ ଟ୍ରକ୍ କୁ ବେକ୍ କଲା ବେଳେ ଟ୍ରକ୍ ପଛ ପଟ ଅନତି ଦୂରରେ ଥିବା ଫାଙ୍କା ଜାଗାରେ ଶୋଇ ପଡିଥିବା ଦୁଇ ଜଣ ସୁରକ୍ଷା କର୍ମୀ ଦେବଗଡ ଜିଲ୍ଲା ସୁବର୍ଣପାଲି ଗ୍ରାମର କିଶୋର ଚନ୍ଦ୍ର ସାହୁ (୨୫) ଏବଂ କେନ୍ଦ୍ରାପଡା ଜିଲ୍ଲା ନିଳାଦ୍ରିପୁରର ଆଲୋକ ଚନ୍ଦ୍ର ପଣ୍ଡା(୩୦)ଙ୍କ ଉପରେ ଟ୍ରକ୍ ଚକ ମାଡି ଯାଇଥିଲା । ଫଳରେ ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ବରଣ କରିଥିବା ସୁରକ୍ଷା କର୍ମୀ ଏସ୍‌ଏମ୍‌ସି କାରଖାନାର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା କେଏସ୍‌ଏସ୍ ନାମକ ସୁରକ୍ଷା ସଂସ୍ଥା ଅଧିନରେ କାମ କରୁଥିଲେ । ଦୁର୍ଘଟଣା ସ୍ଥଳରୁ ଉଭୟଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking