29.4 C
Bhubaneswar
Saturday, May 4, 2024
Homeଅପରାଧକମିଶନରେଟ ପୋଲିସ ଆଗରେ ଡେମୋ ଦେଖାଇଲେ ଏଟିଏମ୍ ଲୁଟେରା

କମିଶନରେଟ ପୋଲିସ ଆଗରେ ଡେମୋ ଦେଖାଇଲେ ଏଟିଏମ୍ ଲୁଟେରା

ଭୁବନେଶ୍ୱର : ୬ ମାସରେ ୩୦ ଏଟିଏମ୍‌ରୁ ୮କୋଟି ଲୁଟ ହୋଇଥିଲା । ୪୮ ଘଣ୍ଟାରେ ୧୧ଟି ଏଟିଏମ୍ ଟାର୍ଗେଟ କରିଥିଲେ ଏଟିଏମ ଲୁଟେରା । ଏଟିଏମ ଲୁଟରେ ସେମାନେ ବ୍ୟବହୃତ ସ୍ୱତନ୍ତ୍ର ଡିଭାଇସ ବ୍ୟବହାର କରୁଥିଲେ, ଯାହା ଆଜି କମିଶନରେଟ ପୋଲିସ ଆଗରେ ଲୁଟେରାମାନେ ଡେମୋ ଦେଖାଇଥିଲେ । ସେମାନେ କଟକ, ଭୁବନେଶ୍ୱର ଓ ପୁରୀରେ ଲୁଟ କରୁଥିଲେ । ବିଶେଷ କରି ଏସ୍‌ବିଆଇ ଏଟିଏମରୁ ଏମାନେ ଲୁଟ କରିବାରେ ସଫଳ ହୋଇଥିଲେ । ପୋଲିସ ହାତରେ ଧରାପଡ଼ିଥିବା ହରିୟାଣାର ନୌଉ ଗାଁର ସଲମାନ କେମିତି ଏଟିଏମ ଲୁଟ କରୁଥିଲା ଆଜି ତା’ର ଡେମୋ ଦେଖାଇଥିଲା । ପୋଲିସ ସହାୟତାରେ ସୈନିକ ସ୍କୁଲ ପାଖରେ ଥିବା ଏସବିଆଇ ଏଟିଏମ ଭିତରେ ଡେମୋ ଦେଖାଇଲା ଏଟିଏମ ଲୁଟେରା ଅଭିଯୁକ୍ତ । ଲୁଟେରାମାନେ କିଭଳି କୌଶଳ ଅବଲମ୍ବନ କରି ଏଟିଏମ୍‌ରୁ ଟଙ୍କା ଲୁଟ କରୁଥିଲେ ତାକୁ ନେଇ ପୁରା ଡେମୋ ଦେଖାଇଥିଲେ ଗିରଫ ହୋଇଥିବା ଅଭିଯୁକ୍ତ । ଭୁବନେଶ୍ୱର ବଢ଼େଇବାଙ୍କ ଛକ ଏସବିଆଇ ଏଟିଏମ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କୁ ଗିରଫ କରିଥିଲା ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ । ଲୁଟେରାଙ୍କ ଠାରୁ କାର ଓ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଦାମି କାରରେ ବୁଲି ବୁଲି ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ ଏହି ଲୁଟେରାମାନେ । ଏଟିଏମ୍‌ରୁ ଟଙ୍କା ଲୁଟ୍‌ର ନୂଆ ତରିକା ଆପଣାଇଥିଲେ ଏହି ଲୁଟେରାମାନେ । ଏକ ସ୍ୱତନ୍ତ୍ର ଡିଭାଇସ୍ ଲଗାଇ ଏଟିଏମରୁ ଲୁଟି ନେଉଥିଲେ ଟଙ୍କା । ଏହି ୩ ଅଭିଯୁକ୍ତ ଆଜି ରାଜଧାନୀ ଭୁବନେଶ୍ୱରରେ ଏଟିଏମ ଲୁଟ୍‌ର ଡେମୋ ଦେଖାଇଥିଲେ । ଲୁଟେରାମାନେଙ୍କ କହିବା ଅନୁଯାୟୀ ଏହି ନୂଆ ତରିକାରେ ଏଟିଏମ ଲୁଟ ପାଇଁ ଡିଭାଇସ ଲଗାଇବାକୁ ମାତ୍ର ୨ରୁ ୩ ମିନିଟ୍ ଲାଗୁଥିଲା । ଏହି ଡିଭାଇସ ଲଗାଇବା ପରେ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଟଙ୍କା ବାହାରୁ ନଥିଲା । ଗ୍ରାହକ ଜଣକ ପଳାଇବା ପରେ ସେହି ଟଙ୍କା ଏମାନେ ଡିଭାଇସ ଜରିଆରେ ବାହାର କରି ନେଇଯାଉଥିଲେ । କଟକ, ପୁରୀ ଓ ଭୁବନେଶ୍ୱର ଏଟିଏମ୍‌ଗୁଡ଼ିକୁ ଏହି ଲୁଟେରାମାନେ ଟାର୍ଗେଟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking