28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଡ଼ୁଆରେ ଅଭିନେତ୍ରୀ ଜାକଲିନ

ଅଡ଼ୁଆରେ ଅଭିନେତ୍ରୀ ଜାକଲିନ

ମୁମ୍ବାଇ: ଅଡ଼ୁଆରେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ । ଏକ ବଡ଼ ମାମଲାରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ । ସୂଚନା ଅନୁଯାୟୀ, କନମାନ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ପାଞ୍ଚ ଘଣ୍ଟା ଧରି ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରୁଛି । ଏହି ମାମଲାରେ ଇଡି ଜାକଲିନଙ୍କ ବୟାନ ରେକର୍ଡ କରିଛି । ଜାକଲିନଙ୍କର ଜଣେ ବିଶ୍ୱସ୍ତ ସୁକେଶ ଚନ୍ଦ୍ରଶେଖର ଏକ ବର୍ଷ ମଧ୍ୟରେ ଜଣେ ବ୍ୟବସାୟୀଙ୍କଠାରୁ ୨୦୦ କୋଟି ଟଙ୍କା ଲୁଟି ନେଇ ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରହିଥିବା ବେଳେ ସେ ଜେଲରେ ରହି ଏହି ରାକେଟ ଚଳାଉଥିବା କହିଛନ୍ତି ଇଡି ଅଧିକାରୀ । ତେବେ ଏହି ମାମଲାରେ ଜାକଲିନଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିବା ପରେ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଦାଦା ବଟି ଆଦାୟ କରିବା ଓ ଲୋକଙ୍କୁ ବିଭିନ୍ନ କୋର୍ଟ କଚେରୀ ମାମଲାରେ ସହାୟତା ଯୋଗାଇ ଦେବାକୁ କହି ଚନ୍ଦ୍ରଶେଖର ଅନେକ ଲୋକଙ୍କଠାରୁ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି । ଏହି ଅର୍ଥ କାରବାରକୁ ନେଇ ଜାକଲିନ ଫର୍ଣ୍ଣାଡିଜଙ୍କ ନାମ ଆସିବା ପରେ ଆଜି ଜାକଲିନଙ୍କୁ ଇଡି ପଚରାଉଚରା କରିଛି । ଅନୁମାନ କରାଯାଉଛି କି, ଯଦି ଏହି ମାମଲାରେ ଜାକଲିନଙ୍କର କିଛି ସଂପୃକ୍ତି ଥାଏ, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜାକଲିନ୍ ହେଉଛନ୍ତି ଶ୍ରୀଲଙ୍କାର । ସେ ୨୦୦୬ ମସିହାରେ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ପାଇଁ ଚୟନ ହୋଇଥିଲେ । ଏଥିପାଇଁ ସେ ମଡେଲିଂ ବି କରୁଥିଲେ । ଆଉ ଏବେ ସେ ବଲିଉଡ୍‌ରେ ଆଗଧାଡ଼ିର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking